ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ପରିସରରେ ସ୍ୱତନ୍ତ୍ର ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାରଳା ବିଧାୟକ କେ.ନାରାୟଣ ରାଓ, ବ୍ଳକ ଅଧ୍ୟକ୍ଷ। ସି.ଏଚ.ତାରକେଶ୍ୱରୀ, ବ୍ଳକ ଉପାଧ୍ୟକ୍ଷ ପି.ଡିଲେଶ୍ବର ରାଓ, ଜିଲ୍ଲା ପରିଷଦ ସଭ୍ୟା ବିମଳା ସାମଲ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧର ନାଇଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ ଙ୍କ ସମେତ 21ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ . ଏହି ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକରେ 15th central finance commission grant 20 – 21 ଆର୍ଥିକ ବର୍ଷ ଓ 5th state finance commissionର ନିୟମ ଅନୁଯାୟୀ ପଞ୍ଚାୟତ ସ୍ତରରେ 70 ପ୍ରତିଶତ, ସମିତି ସ୍ତରରେ 20 ପ୍ରତିଶତ ଓ ଜିଲ୍ଲା ପରିଷଦ ସ୍ତରରେ 10 ପ୍ରତିଶତ ଅର୍ଥ ଖର୍ଚ୍ଚ ପାଇଁ ଆଲୋଚନା କରାଯାଇଥିଲା . ସରକାରଙ୍କ ନୂତନ ନିୟମ ଅନୁଯାୟୀ ଆକ୍ସନ ପ୍ଲାନ କରାଯାଇ ବିଭିନ୍ନ ପ୍ରକଳ୍ପ ମାନ ଜନ ପ୍ରତିନିଧି ମାନେ ରଖିବେ ପ୍ରଥମେ ଜିଲ୍ଲା ପରିଷଦ ସ୍ତରରେ ଆଲୋଚନା ହୋଇଥିବା ବେଳେ ପରେ ପଞ୍ଚାୟତ ସ୍ତରରେ ଓ ପରିଶେଷରେ ସମିତି ସ୍ତରରେ ଏହି ବିଷୟରେ ଆଲୋଚନା ହୋଇଅଛି।

Leave a Reply

Your email address will not be published. Required fields are marked *