ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏବଂ ମହାନଦୀ ଜଳ ପାଇଁ ସଚେତନତା ପଦଯାତ୍ରା !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଏବଂ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ସଚେତନତା ପଦଯାତ୍ରା ଜାରି ରଖିଛନ୍ତି ସାମାଜିକ କର୍ମୀ . ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଦୀର୍ଘ ଏକ ବର୍ଷ ତଳୁ ଆରମ୍ଭ କରିଥିବା ଏହି ପଦଯାତ୍ରା କ୍ରମରେ ବର୍ତ୍ତମାନ ସୁଦ୍ଧା ୪୬୨ ଦିନରେ ୯୦୦୦ କି.ମି ରାସ୍ତା। ଅତିକ୍ରମ କରି ରାଜ୍ୟର ୨୫୨ଟି ବ୍ଲକରେ ପହଞ୍ଚି ସାରିଲେଣି । ପଦଯାତ୍ରା କ୍ରମରେ ତାଳଚେର ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ ପାଇଁ ସେ ପହଞ୍ଚିଥିଲେ ଅନୁଗୁଳ ଜିଲ୍ଲା ତାଳଚେରରେ . ତାଳଚେର ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ବାପି ମହାନ୍ତି , ଅଶ୍ଵିନୀ କୁମାର ଦେବତା ଏବଂ ଅନିଲ କର୍ଣ୍ଣ ପ୍ରମୂଖ ତାଙ୍କୁ ତାଳଚେର ବୀରବର ପଲ୍ଲୀ ଠାରୁ ସ୍ୱାଗତ କରି ତାଙ୍କ ସହ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ .ସାମାଜିକ କର୍ମୀଙ୍କର ଏପରି ପଦଯାତ୍ରାକୁ ସମର୍ଥନ କରି ରାସ୍ତାରେ ସାଧାରଣ ଲୋକେ ତାଙ୍କୁ ସ୍ୱାଗତ କରିଥିବା ବେଳେ ଆସନ୍ତା କାଲି ମଦନମୋହନ ଧର୍ମଶାଳା ଠାରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ଉପାସ୍ଥିରତା ରହିବା ପାଇଁ ମତ ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *