ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭରେ ନବ ନିର୍ମାଣ କୃଷକ ସଂଘଠନ । ଚଳିତ ବନ୍ୟାରେ ଚାଷଜମି ଧୋଇଯିବା ଫଳରେ ଯାଜପୁର ବିଂଝାରପୁର ବରପଦା ପଞ୍ଚୟତର ଚାଷୀ ରମାକାନ୍ତ ମଳିକ ଆତ୍ମହତ୍ୟା କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାକୁ ଦୀର୍ଘ ଏକମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ରାମକାନ୍ତଙ୍କୁ ଚାଷୀ ବୋଲି ବିବେଚିତ କରିବା ପାଇଁ ସାହସ ଜୁଟାଇ ପାରୁନାହିଁ କିମ୍ବା ରାମକାନ୍ତଙ୍କ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ସ୍ୱୀକାର ମଧ୍ୟ କରିପାରୁନାହିଁ । ଘଟଣାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ଜିଲ୍ଲାପାଳଙ୍କୁ ଭେଟୁଛନ୍ତି । ଆଜି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ଅନେକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ଜିଲ୍ଲାପାଳଙ୍କ ସହ ସଂଗଠନର ଆଲୋଚନା ବିଫଳ ହୋଇଥିଲା । ରମାକାନ୍ତଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ୫ ଲକ୍ଷରୁ ଅଧିକ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ଏବଂ ରାଜଧାନୀର ରାଜରାସ୍ତାରେ ବିକ୍ଷୋଭ କରି ଥାର୍ଡଫ୍ଲୋର କୁ ହଲାଇ ଦିଆଯିବ ବୋଲି ସଂଗଠନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।