କମଳା ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଗଜପତିର ଚାଷୀ !!

0
307

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଉପଯୁକ୍ତ ଜଳବାୟୁ ଥିବାରୁ ଉଦ୍ୟାନ ଭିତ୍ତିକକୁ ଆପଣେଇଛନ୍ତି ଗଜପତିର ଚାଷୀ । ଚାଷୀ ଉଦ୍ୟାନ ଭିତ୍ତିକ କୃଷି କରି ସ୍ୱାବଲମ୍ବୀ ହୋଇପାରୁଛି . ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ଉଦ୍ୟାନ ଭିତ୍ତିକ ଚାଷ ଆମ୍ବ, ଲିଚୁ, କମଳା, ପିଜୁଳି, ସପୁରୀ ପ୍ରଭୃତି ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଉପଯୁକ୍ତ ଜଳବାୟୁ ହୋଇ ଥିବାରୁ ଗଜପତି ଜିଲ୍ଲାର ନୂଆଗଡ଼ ବ୍ଳକର ଅତାର ସିଂ ପଞ୍ଚାୟତର ଲାଇଵୋ ଗ୍ରାମରେ 15 ଏକର ଜମିରେ କୋଡିଏ ଚାଷୀ 1500 କମଳାଗଛ ଲଗାଇଛନ୍ତି । ଋତୁ ଆସିଲେ ଗୋଟିଏ କମଳା ଗଛରୁ 1500 ରୁ 1800 ଟଙ୍କା ପାଇ ପାରୁଛନ୍ତି । ଚାଷୀକୁ ବର୍ତ୍ତମାନ ଗଛ ପ୍ରତି କୌଣସି ଖର୍ଚ୍ଚ କରିବାକୁ ପଡୁନାହିଁ । ଚାଷୀ ଉତ୍ସ।ହିତ ହୋଇ ଆଗକୁ ଆହୁରି କମଳା ଚାଷ କରିବା ସକାଶେ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କଲେ ସେମାନେ ଚାଷକୁ ଦ୍ୱିଗୁଣିତ କରିପାରି ଅଧିକା ଉତ୍ପାଦନ କରି ପାରନ୍ତେ । ଏହି ଚାଷ କରିବା ଦ୍ୱାରା ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶ ହେବା ସଙ୍ଗେ ସଙ୍ଗେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିଛନ୍ତି ବୋଲି ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କେ.ସୁଦର୍ଶନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ଗଜପତିର ରାୟଗଡ ବ୍ଳକର ଜିରାଙ୍ଗ, ଡମ୍ବଳ। ଆଦି ସ୍ଥାନରେ କମଳା ଚାଷ ହୋଇପାରୁଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here