ସମ୍ଭ।ବ୍ୟ ପ୍ରବଳ ବର୍ଷା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଯାଉଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ସତର୍କତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ, ବନ ଉପଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ଯୋଗ ଦେଇଥିଲେ । ଜିଲ୍ଲାପାଳ ପ୍ରଥମେ ଅଗ୍ନିନିର୍ବାପକ ଅଧିକାରୀଙ୍କ ସହ ଆଲୋଚନା କରି ଜିଲ୍ଲାରେ ଥିବା ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆବଶ୍ୟକ ମାନବ ସମ୍ବଳ ସହ ଆସ୍କାର ଲାଇଟ, କଟିଙ୍ଗ ମେସିନ ଏବଂ ମଟର ଭେଇକେଲ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ହରଭାଙ୍ଗି ଜଳ ସେଚନ ପ୍ରକଳ୍ପରେ ଆବଶ୍ୟକ ଥିବା ଜଳର ପରିମାଣରୁ କମ ରଖିବା ସହ ଗୋଟା ବେରେଜର ଜଳର ପରିମାଣରୁ କମ ରଖିବା ପାଇଁ ଆନ୍ଧ୍ର ପ୍ରଦେଶର ବିଭାଗୀୟ ଯନ୍ତ୍ରୀଙ୍କ ସହିତ ନିୟମିତ ଯୋଗାଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ପ୍ରଞ୍ଚାୟତରେ ଆବଶ୍ୟକ ପରିମାଣ ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ଯୋଗାଣ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଜିଲ୍ଲା ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ବର୍ଷାର ପ୍ରଚାର ପାଇଁ ମାଇକିଙ୍ଗ କରିବା ପାଇଁ ପ୍ରତି ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀଏବଂ ସହରାଞ୍ଚଳରେ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । ବିପଦ ସଙ୍କୁଳ ଗ୍ରାମ ମାନଙ୍କରେ ବିଦ୍ୟାଳୟ ଗୃହକୁ ଖୋଲା ଓ କାର୍ଯ୍ୟକ୍ଷମ ରଖିବା ପାଇଁ ଶିକ୍ଷକ ମାନଙ୍କୁ ଉପସ୍ଥିତ ରହି ଦାୟିତ୍ଵ ବହନ କରିବା ପାଇଁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇ ଥିଲା । ଚିହ୍ନଟ ହୋଇଥିବା ପଞ୍ଚାୟତ ମାନଙ୍କରେ ଜେସିବି ଏବଂ ଟ୍ରାକଟର ମହଜୁଦ କରିବା ପାଇଁ RD ଏବଂ ରାସ୍ତା କୋଠା ବାଡ଼ି ବିଭାଜନ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସମସ୍ତ ସରକାରୀ କର୍ମଚାରୀଙ୍କର 19 ରୁ 22 ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ସେହିଭଳି ଭିଡିଓ କଂଫେରେନ୍ସ ମାଧ୍ୟମରେ BDO ଓ ତହସିଲଦାର ମାନଙ୍କୁ ସଜାଗ ରହିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *