ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକର ଛାୟା !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଠାରେ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ଵର୍ଗତ ପଣ୍ଡା ଏକାଧାରରେ ଜଣେ କଳାକାର, ନାଟ୍ୟକାର, ନିର୍ଦ୍ଦେଶକ ଏବଂ ନାଟ୍ୟ ସଙ୍ଗଠକ ଥିଲେ । ନାଟକ ପାଇଁ ନିଜ ଜୀବନ ଉତ୍ସର୍ଗୀକୃତ କରି ଦେଇଥିଲେ ସ୍ଵର୍ଗତ ପଣ୍ଡା । ନିଜ ଜୀବନ କାଳରେ 50ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ନାଟ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା ବୋଲି ନାଟ୍ୟପ୍ରେମୀ ମାନେ ମତ ଦେଇଛନ୍ତି। ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ନାଟ୍ୟକାର ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଆଇନଜୀବୀ M ପୃଥିବୀରାଜ୍, ଯୁବନେତା k ରାମସ୍ୱାମୀ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ବିଧାୟକ କେ ସୁରିୟା ରାଓ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିଭଳି କ୍ରିଏଟିଭ ଆର୍ଟସ, ତରଙ୍ଗ ରଙ୍ଗ, ସମଲେଇ ନୃତ୍ୟ କଳା ପରିଷଦ, ମୂର୍ଚ୍ଛନା କଳା ପରିଷଦ, ଭକ୍ତି ସଙ୍ଗିତ ସଂସଦ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରାଯାଇଛି । ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଷ ରାଜୁ, ରୂପେଶ ସାହୁ, ଆଦର୍ଶ ଦାସ, ରାମ ଗୋବିନ୍ଦ ଆଚାର୍ଯ୍ୟ, ବାସୁଦେବ ଦାସ, ହରିହର ପଟ୍ଟନାୟକ, ରଶ୍ମିରଞ୍ଜନ ମିଶ୍ର, ଜିତେନ୍ଦ୍ର ବାରିକ, ନଗେଶ୍ୱର ମହାପାତ୍ର, ବାପି ପଣ୍ଡା, ବିବେକାନନ୍ଦ ବେହେରା, ସୁଜିତ ବିଷୋୟୀ, ସୀତାନାଥ ପଣ୍ଡା, ପ୍ରଭାତ କୁମାର ପାତ୍ର, ଶିଶିର କୁମାର ଗୌଡ଼,ବିଧାନଚୌଧୁରୀ, ଦ୍ବିଜେନ୍ଦ୍ର ନାଥ ପାଢୀ, ବିଜୟ ଗୌଡ଼, କୁଞ୍ଜ ବିହାରୀ ବଡ଼କୁମର, ଦିଲ୍ଲୀପ ଶତପଥୀ, କୃଷ୍ଣ କୁମାର ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ବହୁ ସାମ୍ବାଦିକ ସ୍ବର୍ଗତ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସ୍ଵର୍ଗତ ପଣ୍ଡା ଗୋଶାଣି ବ୍ଳକର ଭିନଳା ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବାରୁ ଶିକ୍ଷକ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *