ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆସନ୍ତା କାଲି ଶନିବାର ଓ ତା ପରଦିନ ରବିବାର ଓଡିଶା ସରକାରଙ୍କ ଦ୍ୱାରା ସଟ ଡାଉନ ଲାଗୁ ହୋଇଥିବା ହେତୁ ଆଜି ଢେଙ୍କାନାଳର ବିଭିନ୍ନ ପରିବା ବଜାର ଓ ମାଛ ମାର୍କେଟ ମାନଙ୍କରେ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଥିଲା । ଆସନ୍ତା ଦୁଇଦିନ ପାଇଁ ଲୋକମାନେ ପରିବା ,ଡାଲି ଚାଉଳ ସହ ମାଛ ମାଂସ ଆଦି କିଣିବା ପାଇଁ ଭିଡ ଜମାଇଥିଲେ । ଢେଙ୍କାନାଳର ବାଜିଚୌକ ଠାରେ ଥିବା ହୀରସାଗର ପୋଖରୀ କୁଳରେ ଥିବା ପରିବା ମାର୍କେଟ ଓ ମାଛ ମାର୍କେଟ ରେ କୋରନା କଟକଣାକୁ ମାନିବାକୁ ଉଭୟ ବ୍ୟବସାୟୀ ଓ ଗରାଖ ସତେ ଯେପରି ପ୍ରସ୍ତୁତ ନୁହେଁ । ଯାହା ଦ୍ୱାରା କି ଜିନିଷ ତ ପାଖରେ ସାଇତି ରଖିଲେ କିନ୍ତୁ କରୋନା ସମ୍ବନ୍ଧୀୟ ନୀତିନିୟମ କୁ ଖାତିର କରିନଥିଲେ । ଯେଉଁ ଉଦେଶ୍ୟ ନେଇ ସରକାର ଏହି କଟକଣା ଲାଗୁ କରିଛନ୍ତି ,ଏହି ଭିଡକୁ ଦେଖିଲେ ଲାଗୁଛି ସତେ ଯେପରି ସରକାରଙ୍କର ସେହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । କରୋନା ର ଗ୍ରାଫ କୁ ସରକାର ତଳମୁହଁ| କରିବାକୁ ସମସ୍ତ ଚେଷ୍ଟା ଚାଲୁ ରଖିଥିବା ସମୟରେ ସାଧାରଣ ଜନତା ଏହାକୁ ହେୟଜ୍ଞାନ ମଣିଛନ୍ତି ।