ଦଶପଲ୍ଲା ବିଧାୟକଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ !!!

0
590

Loading

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଦଳୀୟ କର୍ମୀ ଏବଂ ସମର୍ଥକ ମାନେ ସମୂହ ଦୀପଦାନ କରିଛନ୍ତି . ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମର ମା’କଇଲଣ୍ଡା ଠାକୁରାଣୀଙ୍କ ମନ୍ଦିରରେ କାପ୍ତାପଲ୍ଲୀ ପଞ୍ଚାୟତବାସୀ ଏକତ୍ରିତ ହୋଇ ପୂଜାର୍ଚନା କରି ଦୀପ ଜାଳିଛନ୍ତି . ଦଳୀୟ କର୍ମୀ , ସମର୍ଥକ , ସମାଜସେବୀ ଏବଂ ସାଧାରଣ ଜନତା ମିଶି କୋଭିଡ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ବଜାୟ ରଖି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଖୁବ ଶୀଘ୍ର ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରିଛନ୍ତି . କାପ୍ତାପଲ୍ଲୀର ଅଧିଷ୍ଠାତ୍ରୀ ଦେବୀ ମା କଇଲଣ୍ଡା ଠାକୁରାଣୀ ଏବଂ ମା ଘାଗୁଡ଼ି ଦେବୀ ପୀଠରେ ଲୋକମାନେ କ୍ୟାଣ୍ଡଲ ପ୍ରଜ୍ଜ୍ୱଳନ କରିବା ସହିତ ଦୀପଦାନ କରିଥିଲେ l ଏହି ଦୀପଦାନ କାର୍ଯ୍ୟକ୍ରମରେ କାପ୍ତାପଲ୍ଲୀ ୟୁଥକ୍ଲବ ସଭାପତି ସଞ୍ଜୀବ କୁମାର ଡାକୁଆ, ପ୍ରଶାନ୍ତ କୁମାର ବେହେରା, ଗଙ୍ଗାଧର ବେହେରା, ପ୍ରକାଶ ବେହେରା, ଅଜୟ ପଟ୍ଟନାୟକ, ସଂକର ବେହେରା, ପୀତବାସ ବେହେରା ଏବଂ କାପ୍ତାପଲ୍ଲୀ ୟୁଥକ୍ଲବ ର ସଦସ୍ୟ ମାନେ ଯୋଗଦେଇ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ll

LEAVE A REPLY

Please enter your comment!
Please enter your name here