ପାଉଣା ନ ପାଇ ଥାନାର ଦ୍ୱାରସ୍ଥ ହେଲେ ଶ୍ରମିକ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରେ ଦୀର୍ଘଦିନ ହେବ ରାଜମିସ୍ତ୍ରୀ ଭାବରେ କାମ କରୁଥିବା ମାସିର ନାମକ ବ୍ୟକ୍ତି ଶ୍ରମିକ ମାନଙ୍କର ପାଉଣା ନ ଦେଇ ଫେରାର ହେବା ପରେ ଘଟଣା ଯାଇ ପହଞ୍ଚିଛି ଥାନାରେ . ସୂଚନା ଅନୁସାରେ ସୁକିନ୍ଦାରେ ମିସ୍ତ୍ରୀ କାମ କରୁଥିବା ମାସିର, ସୁକିନ୍ଦା ଅଞ୍ଚଳର ବହୁ ବ୍ୟକ୍ତିଙ୍କର କାମ କରିବାକୁ ବରାଦ ନେଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଡଭାନ୍ସ ଆକାରରେ ଆଦାୟ କରି ନେଇଅଛି . ତେବେ ହଠାତ ରାଜମିସ୍ତ୍ରୀ ମାସିର ସୁକିନ୍ଦାରୁ ଗାଏବ ହେବ ପରେ ତା ପାଖରେ କାମ କରୁଥିବା ସ୍ଥାନୀୟ ଶ୍ରମିକ ମାନେ ପାଉଣା ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି . ଶ୍ରମିକ ମାନେ ଦୀର୍ଘ ୨ ମାସର ଦରମା ପାଇଁ ନଥିବାରୁ ଏବଂ ମାସିର ଫେରାର ହେବା ପରେ ବାଧ୍ୟ ହୋଇ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି .

Leave a Reply

Your email address will not be published. Required fields are marked *