ସୁକିନ୍ଦା ରଥଦାଣ୍ଡରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ଯୁବକ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ରଥଦାଣ୍ଡରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୃକ୍ତ ଯୁବକ କୋର୍ଟ ଚାଲାଣ . କେନ୍ଦୁଝର ଅଞ୍ଚଳର ଜୈନିକ ବିବାହିତ ମହିଳା ଙ୍କୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତର ବାସିନ୍ଦା ଦୀପକ ମହାନ୍ତ ପ୍ରତାରଣା କରିବା ପରେ ଗତ ଗୁରୁବାର ସକାଳୁ ସୁକିନ୍ଦା ବଡ଼ଦାଣ୍ଡରେ ପ୍ରେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ସମ୍ପୃକ୍ତ ମହିଳା . ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୁକିନ୍ଦା ଥାନାରେ ଜିମା ଦେଇଥିବା ଦେଖିବାକୁ ମିଳିଥିବା ବେଳେ ମହିଳା ଜଣଙ୍କ ଦୀପକ ମହାନ୍ତଙ୍କ ନାମରେ ୬ ତାରିଖ ଶୁକ୍ରବାର ଦିନ ସୁକିନ୍ଦା ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ . ଲିଖିତ ଅଭିଯୋଗକୁ ଭିତ୍ତି କରି କେସ ନଂ 85 / 22ରେ ମାମଲା ରୁଜୁ କରି ସୁକିନ୍ଦା ପୋଲିସ ଦୀପକ ମହାନ୍ତଙ୍କୁ ସୁକିନ୍ଦା ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଥିଲା . ଆଜି ଦୀପକ ମହାନ୍ତଙ୍କୁ ସୁକିନ୍ଦା ପୋଲିସ ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ବେଳେ ଦୀପକ ମହାନ୍ତ ଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲ୍ଲା କାରାଗାରକୁ ପଠେଇ ଦିଆଯାଇଥିବା ସୁକିନ୍ଦା ପୋଲିସ ପକ୍ଷରୁ ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *