ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଛି ଶ୍ରୀ ଜଗନ୍ନାଥ ଙ୍କ ଲୀଳାକ୍ଷେତ୍ର ମାନ । ତନ୍ମଧ୍ୟରୁ ନଈରୀ ଗ୍ରାମର ନିକସ୍ଥ ଚିଲିକା ମଧ୍ୟରେ ଥିବା କାଙ୍କଣ ଶିଖରୀ ଅନ୍ୟତମ । ଏହାକୁ ଶ୍ରୀଜଗନ୍ନାଥ ଙ୍କ ଗୁପ୍ତ ଲୀଳାକ୍ଷେତ୍ର ବୋଲି କୁହାଯାଏ । ଏହି କାଙ୍କଣ ଶିଖରୀ ଲୀଳା କ୍ଷେତ୍ରକୁ ପରଂବ୍ରହ୍ମ ଜଗନ୍ନାଥ ୧୭୩୧ ମସିହାରେ ମୋଗଲ ସମ୍ରାଟଙ୍କ ଆକ୍ରମଣରୁ ସୁରକ୍ଷା ପାଇବା ନିମନ୍ତେ ଆସିଥିବା ବେଳେ ଏଠାରେ ଠାକୁରଙ୍କୁ ଗୁପ୍ତରେ ରଖାଯାଇ ଜଙ୍ଗଲ ଫଳ କାଙ୍କଣ କୁ ରନ୍ଧା ଯାଇ ତାହାକୁ ଭୋଗ ରୂପରେ ବ୍ୟବହାର କରାଯାଇଥିଲା । ସେହିଦିନ ଠାରୁ ଏହି ସ୍ଥାନର ନାମ କାଙ୍କଣ ଶିଖରୀ ଥିବା ବେଳେ ଏଠାକୁ ସଦା ସର୍ବଦା ଶହ ଶହ ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ଆସିଥାନ୍ତି । ଏହି କାଙ୍କଣୀ ଶିଖରୀ ଗୁପ୍ତ ଲୀଳା କ୍ଷେତ୍ରରେ ପାଞ୍ଚବର୍ଷ ପୂର୍ବେ ଯଜ୍ଞ ଆରମ୍ଭ ହୋଇଥିଲା । ଏହି ଯଜ୍ଞ କୁ ପୁରୀ ଗଜପତି ରାଜାଙ୍କ ମାଧ୍ୟମରେ ଶୁଭ ଉଦଘାଟନ ହୋଇଥିଲା । ଚଳିତ ବର୍ଷ ଏହାର ପାଞ୍ଚବର୍ଷ ପୂର୍ତ୍ତି ହେଉଥିବା ବେଳେ ଆସନ୍ତା ୯ ତାରିଖରେ ପଞ୍ଚ ବାର୍ଷିକ ଯଜ୍ଞ ନିମନ୍ତେ ବାଣପୁରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରୀ ରଙ୍କନାଥ ଦେବ, ଚରଣ ଚକାଦେବ, ଅନନ୍ତ ସ୍ୱାମୀ ଦେବ ଓ ପତିତପାବନ ଦେବ ସମେତ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ଗୁଆ ଅରୁଆ ଚାଉଳ ଦେଇ ଆସନ୍ତା ଯଜ୍ଞକୁ ନିମନ୍ତ୍ରଣ କଲେ କାଙ୍କଣ ଶିଖରୀର ଜଗନ୍ନାଥ କମିଟି ।।
ଗୁପ୍ତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ରେ ଯଜ୍ଞ ନିମନ୍ତେ ନିମନ୍ତ୍ରଣ !!!

