ଖଣି ଓ ଇସ୍ପାତ ମନ୍ତ୍ରୀ ଙ୍କ ଗାଡିକୁ ବାଙ୍କୀ ରେ ଅଣ୍ଡାମାଡ !!!

Spread the love

ବୈଦେଶ୍ଵର ସେତୁ ଉଦଘାଟନ ପରେ ଫେରୁଥିବା ସମୟରେ ବିଜେପି କର୍ମୀ ଭିଆଇଲେ କାଣ୍ଡ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଗାଡି ଉପରକୁ ଅଣ୍ଡାମାଡ କଲେ ବିଜେପି କର୍ମୀ . ବୈଦେଶ୍ଵର ଗୋପୀନାଥପୁର ସେତୁ ଉଦଘାଟନ ସାରି ଫେରୁଥିବା ସମୟରେ ବାଙ୍କୀ ରେଣୁକା ଛକରେ ଘଟିଛି ଏପରି ଘଟଣା . କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଠାରେ ମହାନଦୀ ଉପରେ ନବ ନିର୍ମିତ ସେତୁ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସେତୁକୁ ଲୋକାର୍ପଣ କରିଥିବା ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ . ମୁଖ୍ୟମନ୍ତ୍ରୀଙ୍କ ବାଙ୍କୀ ଗସ୍ତକୁ ବିରୋଧ କରିବା ପରେ ସ୍ଥାନୀୟ ପୁଲିସ ବହୁ କଂଗ୍ରେସ ଏବଂ ବିଜେପି କର୍ମୀଙ୍କୁ ଅଟକ ରଖିଥିଲା . ତେବେ କାର୍ଯ୍ୟକ୍ରମ ସାରିବା ପରେ ଫେରିବା ରାସ୍ତାରେ ବାଙ୍କୀ ରେଣୁକା ଛକରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ ବିଜେପି କର୍ମୀ . କଳାହାଣ୍ଡି ଜିଲ୍ଲା ସନସାଇନ ସ୍କୁଲ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ଉଭୟ ବିରୋଧୀ ଦଳର ନେତା ଓ କର୍ମୀ . ପରିସ୍ଥିତିକୁ ଆଖି ଆଗରେ ରଖି ବାଙ୍କୀ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା . ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ପରେ ଆକାଶ ମାର୍ଗରେ ଫେରିଗଲେ , ହେଲେ ବୈଦେଶ୍ଵର ରୁ ସଡକ ମାର୍ଗରେ ଫେରୁଥିବା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପରେ ରାଗ ଶୁଝାଇଲେ ବିରୋଧୀ .

Leave a Reply

Your email address will not be published. Required fields are marked *