ତିନି ଦଶନ୍ଧି ପରେ ଗାଁ’କୁ ଫେରିଲେ ଜଗପତି କାର୍ଜି !!

0
317

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଜଗପତି କାର୍ଜି , ତିନି ଦଶନ୍ଧି ପରେ ନିଜ ଗାଁ’କୁ ଫେରିଲେ . ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଅବାରସିଂ ଗ୍ରାମର ସ୍ବର୍ଗତ ମାଗତା ଭୂୟାଁଙ୍କ ପ୍ରଥମପୁଅ ଜଗପତି କାର୍ଜୀ ଯାହାର ପ୍ରକୃତ ନାମ ଦୟା ଭୂୟାଁ . ତାଙ୍କ ବାପା ମାଆ ବର୍ତ୍ତମାନ ଜୀବିତ ନାହାଁନ୍ତି କିନ୍ତୁ ତାଙ୍କର ବଡ଼ ଭାଇ ସୁକୁ ଭୂୟାଁ ଓ ଭଉଣୀ ମୁଙ୍ଗୁଳୁ ଭୂୟାଁ ଆବାରସିଙ୍ଗ ଗ୍ରାମରେ ବସବାସ କରନ୍ତି। ଆଜିକୁ ଦୀର୍ଘ 35 ବର୍ଷ ତଳେ ଜଗପତି କାର୍ଜି ରୋଜଗାର କରିବା ଉଦ୍ଦେଶ୍ୟରେ ଅରୁଣାଞ୍ଚଳ ପ୍ରଦେଶ ଯାଇ ଥିଲେ ଓ କୌଣସି କାରଣବଶତଃ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ଲୋୟର ସୁବନସିରି ଜିଲ୍ଲାର ଜିରୋଟାଉନ ଅଞ୍ଚଳରେ ଥିବା ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ ଏକାକୀ ବସବାସ କରୁଥିଲେ. ଜନ୍ମସ୍ଥାନ ଓଡ଼ିଶାକୁ ଫେରି ବାକୁ ଇଚ୍ଛା ଥିଲେ ମଧ୍ୟ ପଇସା ଓ ସାହାଯ୍ୟ ସହଯୋଗ ଅଭାବରୁ ସେ ଘରକୁ ଫେରି ପାରୁନଥିଲେ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କଥା ଜାଣିବା ପରେ ଓଡ଼ିଶା ମୋ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଫେରାଇ ଆଣିବା ପାଇଁ . ଓଡ଼ିଶା ମୋ ପରିବାର ର ଅନୁରୋଧ କ୍ରମେ ଗଜପତି ଜିଲ୍ଲାପାଳ ସହକାରୀ ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ଅରୁଣାଞ୍ଚଳପ୍ରଦେଶ ପଠାଇ ଥିଲେ ଓ ସାହାଯ୍ୟ ସହଯୋଗ କରିଥିଲେ। ଜଗପତି କାର୍ଜି ବର୍ତ୍ତମାନ ଗାଁ କୁ କୁଶଳରେ ଫେରି ଆସିଛନ୍ତି। ଜଗପତି କାର୍ଜୀଙ୍କୁ ଫେରାଇ ଆଣିବାରେ ଲୋୟର ସୁବନସିରି ଜିଲ୍ଲା ପ୍ରଶାସନ ଓ ରୋବୁଆମ୍ମା ବହୁତ ସାହାଯ୍ୟ ଓ ସହଯୋଗ କରିଥିଲେ ବୋଲି ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ପାଳ ଅନୁପମ ସାହା .

LEAVE A REPLY

Please enter your comment!
Please enter your name here