ଦଶପଲ୍ଲା ବନ୍ୟାଞ୍ଚଳରେ ପହଞ୍ଚିଲେ ବିଧାୟକ !!!

0
534

Loading

ନୟାଗଡ (ଆୱାଜ ମିଡ଼ିଆ ) – ସଂଜୀବ କୁମାର ଡାକୁଆ : ସମଗ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଥିବା ସମୟରେ ଏଥିରୁ ବାଦ ପଡିନି ନୟାଗଡ ଜିଲ୍ଲା . ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ମହାନଦୀ ଅବବାହିକା ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ହୋଇଛି ପ୍ରଭାବିତ . ମହାନଦୀର ଶାଖା ନଦୀରେ ବଦଳ ପାଣି ଆସିବା ଫଳରେ ଦୀର୍ଘ ପାଞ୍ଚଦିନ ଧରି ଯୋଗାଯୋଗ ବିଛିନ୍ନ ହୋଇପଡିଛି . ଗଣିଆ ବ୍ଲକ ର ରାସଙ୍ଗ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ପାଞ୍ଚ ଫୁଟର ପାଣି . ଛାମୁଣ୍ଡିଆ ରାସଙ୍ଗ ବଦାସିଲିଙ୍ଗା ପଞ୍ଚାୟତ ଜିଲ୍ଲା ମୁଖ୍ୟାଳୟରୁ ହୋଇପଡିଛି ବିଛିନ୍ନ . ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଲାଗି ରହିଥିବା ସମୟରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା , ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବା ସ୍ୱାଇଁ , ସାଂସଦ ପ୍ରତିନିଧି ସଦାଶିବ ମିଶ୍ର ବନ୍ୟାଞ୍ଚଳରେ ପହଞ୍ଚି ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି .

LEAVE A REPLY

Please enter your comment!
Please enter your name here