ଗୋପବନ୍ଧୁ ନଗରରୁ ବୋଲେରୋ ପିକପ ଭ୍ୟାନ ଚୋରି !!!!

Spread the love

ନୟାଗଡ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଚାନ୍ଦପୁର ଥାନା ଗୋପବନ୍ଧୁ ନଗରରୁ ଏକ ବୋଲେରୋ ପିକପ ଭ୍ୟାନ OR 02 AS 8101 ଚୋରି ହୋଇଅଛି । ଘଟଣାରୁ ପ୍ରକାଶ ଅନ୍ତର୍ଯ୍ୟାମୀ ପଟ୍ଟନାୟକଙ୍କ ଘର ଆଗରେ ଗାଡିଟି ଥୁଆ ହୋଇଥିବା ସମୟରେ ରାତି ବାରଟା ପରେ ପାଞ୍ଚ ଜଣ ଚୋର ଆସି ଗାଡିଟିକୁ ଚୋରି କରିନେଇଛନ୍ତି । ପ୍ରଥମେ କିଛି ବାଟ ଠେଲି ଠେଲି ନେବାପରେ ଗାଡିକୁ NH 16 ଆଡେ ନେଇଯାଇଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ସିସି ଟିଭି କୁ ଆଧାରକରି ଚାନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *