ବାଙ୍କୀ ଡବଲ ମର୍ଡର କେଶ : ଆଖି ବୁଜିଲେ ହତ୍ୟାକାଣ୍ଡ ଅଭିଯୁକ୍ତ

0
700

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ବହୁ ଚର୍ଚ୍ଚିତ ଖଜୁରୀପଦା ଡବଲ୍‍ ମର୍ଡର ଘଟଣାରେ ଶୁକ୍ରବାର ଦିନ ଗିରଫ ହୋଇଥିବା ଫେରାର ଆସାମୀ ପ୍ରଭାତ ସିଂହ(୭୦)ଙ୍କର ବାଙ୍କୀ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି . ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତ ପ୍ରଭାତ ସିଂହଙ୍କୁ ଘଟଣାର ଛ’ ମାସ ପରେ ସମ୍ବଲପୁର ବରଗଡ ଅଞ୍ଚଳରୁ ପୋଲିସ ଗିରଫ କରିଥିଲା . କୋର୍ଟରେ ହାଜର କରାଯାଇ ତାଙ୍କୁ ବାଙ୍କୀ ଉପଖଣ୍ଡ କାରାଗାରକୁ ପଠା ଯାଇଥିବା ସମୟରେ ଶନିବାର ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜେଲରୁ ବାଙ୍କୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା। ରବିବାର ସକାଳେ ତାଙ୍କର କୋଭିଡ୍‍ ପରୀକ୍ଷା ପାଇଁ କଟକ ଡାକ୍ତରଖାନାକୁ ପୋଲିସ ହେପାଜତରେ ପଠାଯାଇଥିଲା। ପ୍ରଭାତ ସିଂହଙ୍କର କୋଭିଡ୍‍ ପରୀକ୍ଷା କରାଯାଇ ସନ୍ଧ୍ୟାରେ ପୋଲିସ ବାଙ୍କୀ କୋର୍ଟରେ ଫାଇଲ ପୁଟଅପ କରି ବାଙ୍କୀ ଉପଖଣ୍ଡ କାରାଗାରକୁ ନେଉଥିଲା ବେଳେ ସେଠାରେ ତାଙ୍କର ଦେହ ଅସୁସ୍ଥ ହୋଇ ଅଚେତ ହୋଇଯିବାରୁ ତାଙ୍କୁ ତୁରନ୍ତ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ବାଙ୍କୀ ଡବଲ ମର୍ଡର ଘଟଣାରେ ଏପର୍ଯ୍ୟନ୍ତ ମୋଟ 14 ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାଣ୍ଡବ ପ୍ରଧାନକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ . ତେବେ ଗିରଫ ଅଭିଯୁକ୍ତର ମୃତ୍ୟୁ ହେବା ପରେ ହତ୍ୟାକାଣ୍ଡ ଘଟଣାରେ ଏବେଯାଏଁ ଲୁଚା ରେ ଥିବା ରାଜନୈତିକ ଲିଙ୍କ ଖୋଲାଖୋଲି ସାମ୍ନାକୁ ଆସିବା ବୋଲି ସମଗ୍ର ବାଙ୍କୀରେ ଚର୍ଚ୍ଚା ଜୋର ଧରିଛି . ସୂଚନା ଯୋଗ୍ୟ ଯେ , ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ତଥା ମୃତ ପ୍ରଭାତ ସିଂହ ଶାସକ ଦଳର ସମର୍ଥକ ଥିଲେ . ଡବଲ ମର୍ଡର ଘଟଣା ପରେ ଶାସକଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ସମୟରେ ଏବେର ଘଟଣାକୁ ନେଇ ବାଙ୍କୀ ରେ ଦେଖା ଦେଇପାରେ ନୂଆ ରାଜନୈତିକ ସମୀକରଣ .

LEAVE A REPLY

Please enter your comment!
Please enter your name here