ମାଲକାନଗିରି ରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ କିଶୋର ମହାପାତ୍ର !!!

Spread the love

ମାଲକାନଗିରି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ କିଶୋର ମହାପାତ୍ର . ମାଲକାନଗିରି ରେ ନୟାଗଡ଼ ର ଆୱାଜ ମିଡିଆ ଜିଲ୍ଲା ପ୍ରତିନିଧି ଙ୍କୁ ନିର୍ଭିକ ସାମ୍ବାଦିକ ଘୋଷଣା କଲା ମାଲକାନଗିରି ସହିଦ୍ ଲକ୍ଷ୍ମଣ ନାୟକ ଡେଭଲପମେଣ୍ଟ ସୋସାଇଟି । ଅବିଭକ୍ତ କୋରାପୁଟ ଜିଲ୍ଲା ତରଫରୁ ମାଲକାନଗିରି ଠାରେ ସେଣ୍ଟର ଫର ସୋସିଓ ଇକୋନୋମିକ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଜଣାଶୁଣା ସାମ୍ବାଦିକ କିଶୋର ମହାପାତ୍ର ଙ୍କୁ ବେଷ୍ଟ ଜର୍ଣ୍ଣାଲିଷ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲା ର ସର୍ବୋଚ୍ଚ ସମ୍ମାନ ସହିଦ୍ ଲକ୍ଷ୍ମଣ ନାୟକ ୨୦୨୧ ରେ ସମ୍ନାନ ରେ ସମ୍ମାନୀତ କରିଛି ସହିଦ୍ ଲକ୍ଷ୍ମଣ ନାୟକ ଡେଭଲପମେଣ୍ଟ ସୋସାଇଟି । କିଶୋର ମହାପାତ୍ର ଙ୍କ ଲେଖା କେବଳ ନୟାଗଡ଼ ଓ ମାଲକାନଗିରି ରେ ନୁହେଁ ଓଡିଶା ରାଜ୍ୟ ଏବଂ ଭାରତ ବର୍ଷରେ ସିମିତ ନୁହେଁ ସୁଦୂର ୟୁକେ ରେ ମଧ୍ୟ ଚର୍ଚ୍ଚା ହୁଏ । ଏହା କେବଳ ସହିଦ୍ ଲକ୍ଷ୍ମଣ ନାୟକ ଡେଭଲପମେଣ୍ଟ ସୋସାଇଟି କହୁ ନାହୁଁ ଆମ ଅଞ୍ଚଳର ଥିବା ରାଜ୍ୟ ବାହାରେ ଏବଂ ଦେଶ ବାହାରେ ଥିବା ବହୁ ବ୍ୟକ୍ତି ଆମକୁ ଫୋନ ମାଧ୍ୟମରେ କୁହନ୍ତି । କେତେବେଳେ ଇଣ୍ଡସ ଭ୍ୟାଲି ଟାଇମ୍ସ ରେ ତ କେତେବେଳେ ଆଓ୍ବାଜ ମିଡିଆ ରେ ତାଙ୍କର ଲେଖା ଆମ ପ୍ରବାସୀ ଭାରତୀୟ ଙ୍କ ମନରେ ଆନ୍ଦୋଳିତ କରେ । ଶ୍ରୀ ମହାପାତ୍ର ଙ୍କ ପରି ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଦ୍ଧିତ କରି ସହିଦ୍ ଲକ୍ଷ୍ମଣ ନାୟକ ଡେଭଲପମେଣ୍ଟ ସୋସାଇଟି ଗର୍ବ ଅନୁଭବ କରୁଛି ବୋଲି ଅନୁଷ୍ଠାନର ସଦସ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *