ବୋଲଗଡ (ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଡାବରଧୁଆ ପାଟଣା ପଞ୍ଚାୟତ ଗୋପାଳିପଡା ଗ୍ରାମର ଡ଼ୁବୁରୀ ଜଙ୍ଗଲକୁ ଦିନ ପ୍ରହରରେ ଡିନାମାଇଟି ଲଗାଯାଇ କମ୍ପ୍ରେସରରେ ପଥର ଉତ୍ତାଳନ କରାଯାଇ ବେଧଡକ ଭାବେ କଳା ମୁଗୁନିପଥର ଚାଲାଣ କରାଯାଉଛି . ସ୍ଥାନୀୟ ଅଞ୍ଚଳରେ ଖଣି ମାଫିଆ ସକ୍ରିୟ ହେବ ସହ ନଷ୍ଟ ହେଉଛି ସଂରକ୍ଷିତ ଜଙ୍ଗଲ .ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ହସ୍ତକ୍ଷେପ କରି ସୈରତ ଅଞ୍ଚଳକୁ ମାପ ଚୁପ କରି 144 ଜାରି କରିଅଛି . ମାତ୍ର ପ୍ରଶାସନ ସ୍ତରୀୟ କାଯ୍ୟ କୁ ନିଲାମ ଧାରୀ ବେଖାତିର କରି ପୁନର୍ବାର ଖନନ କରିବା ପାଈଁ ସୌରାତ ( କୁଆଁରୀ )ରେ ଡିନାମାଇଟ ଖଞ୍ଜି ବ୍ଳାଷ୍ଟିଙ୍ଗ ପାଇଁ ବ୍ୟବସ୍ତା କରିଛନ୍ତି ! ବେଆଇନ ବ୍ଳାଷ୍ଟିଙ୍ଗ ଯୋଗୁ ଜୀବଜନ୍ତୁ ଓ ଚଳପ୍ରଚଳ କରୁଥିବା ମନୁଷ୍ୟ ମାନଙ୍କର କୌଣସି ଅଘଟଣ ଘଟିବାର ସମ୍ଭାବନା କୁ ନେଇ ଡିନାମାଇଟ ଗୁଡିକୁ ନିଷ୍କ୍ରିୟ କରିବା ଦାବୀ କରି ଗ୍ରାମବାସୀ ମାନେ ବୋଲଗଡ ତହସିଲଦାରଙ୍କୁ ଦାବୀପତ୍ର ଦେଇ କୁଆଁରୀ ନିକଟସ୍ଥ ରାସ୍ତାରେ ଧାରଣା ଦେଇଥିଲେ . ପରିବେଶ ପ୍ରଦୂଷଣ ଜନିତ ସମସ୍ୟା କାରଣରୁ ଗ୍ରାମରେ କୀଡୀନି ଜନିତ ରୋଗ ବ୍ୟାପୁଥିବା ଅଭିଯୋଗ ହେଉଛି ! ଏମିତିକି ବିଗତ 5 ବର୍ଷ ମଧ୍ୟ ରେ 50ବର୍ଷରୁ କମ ଲୋକମାନେ ଉକ୍ତ ରୋଗରେ ପୀଡିତ ହେଉଥିବା ବେଳେ 20ଜଣଙ୍କ ପ୍ରାଣହାନି ଘଟିଲାଣି . ବର୍ତମାନ ସମୟରେ ଗ୍ରାମର 10 ଜଣ ଯୁବକ କୀଡନି ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି ! ଡିନାମାଇଟ ବ୍ଳାଷ୍ଟିଙ୍ଗ ଯୋଗୁ ଶବ୍ଦ ପ୍ରଦୂଷଣ ସହିତ ମାଟି ଥରି ଗ୍ରାମର ଶତାଧିକ ଘର ଫାଟି ଆଁ କରିଥିବା ର ଦେଖିବାକୁ ମିଳିଛି ! ରାସାୟନିକ ଦ୍ରବ୍ୟ ପ୍ରୟୋଗ କରି ପଥର ବ୍ଳାଷ୍ଟିଙ୍ଗ କରାଯାଉଥିବାରୁ କଳା ମୁଗୁନି ପଥର ଗୁଣ୍ଡ ପଡି ଚାଷଜମି ନଷ୍ଟ ହେଉଥିବା ସହ ଗଛର ପତ୍ର ଉପରେ 2ଇଞ୍ଚ ଆବରଣ ସୃଷ୍ଟି ହୋଇଛି . ଏପରି ଗୁରୁତର ସମସ୍ୟାର ସମାଧାନ ଦାବୀ କରି ଗ୍ରାମବାସୀ ମାନେ ଧାରଣାରେ ବସିଥିବାର ପ୍ରକାଶ କରିଛନ୍ତି !