ପଚିଶ ଦିନ ହେଲା ହରାଇଛନ୍ତି ବେଉସା : ମୈତ୍ରୀ ବିହାର ଥାନା ଆଗରେ ଦେଲେ ଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପଚିଶ ଦିନ ହେଲା ହରାଇଛନ୍ତି ବେଉସା , ଆଉ ବାଟ ନପାଇ ମୈତ୍ରୀ ବିହାର ଥାନା ଆଗରେ ଦେଲେ ଧାରଣା ! ଦିନ ଚାରିଟା ରୁ ରାତି ଦଶ ଯାଏଁ ଖୋଲି ବସୁଥିଲେ ପାଲି ! ଯାହା ଅଳ୍ପ ବହୁତ ରୋଜଗାର ହେଉଥିଲା , ସେଥିରେ ମେଣ୍ଟି ଯାଉଥିଲା ଗୁଜୁରାଣ ! ହେଲେ ପଡୋଶୀ ଙ୍କ ଆକ୍ରୋଶ ଏବଂ ମୈତ୍ରୀ ବିହାର ପୁଲିସ ର ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ବେଉସା ହରାଇଛନ୍ତି ସତୁରୀ ରୁ ଅଧିକ ଉଠା ବ୍ୟବସାୟୀ ! ତେବେ ଘଟଣାରେ ଡିଜିଟାଲ ମିଡ଼ିଆ ପ୍ରତିନିଧି ଙ୍କ ହସ୍ତକ୍ଷେପ ଏବେ ସ୍ଥାନୀୟ କର୍ପୋରେଟର ମଧ୍ୟସ୍ଥତା କରିବା ପରେ ଖୁବ ଶୀଘ୍ର ବିବାଦର ସମାଧାନ ହୋଇ ହାଟ ଖୋଲିବାର ଆଶା ଦେଖାଦେଇଛି !

Leave a Reply

Your email address will not be published. Required fields are marked *