ଭୂସ୍ଖଳନ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ ପାରଳା ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଜିଲ୍ଲା ବିଜେଡ଼ିର ଏକ ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଭୂସ୍ଖଳନ ଓ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିଛନ୍ତି । ରାୟଗଡ଼ ବ୍ଲକ ପେକଟ ଗାଁରେ ହୋଇଥିବା ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ନିଖୋଜ ଥିବା ବାପା କାର୍ତ୍ତିକ ଶବର ଓ ପୁଅ ରାଜିକ ଶବରଙ୍କ ପରିବାର ଓ ଆତ୍ମୀୟ ତଥା ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଟିମ ଓ ଅଗ୍ନିଶମ କର୍ମଚାରୀଙ୍କୁ ସାକ୍ଷାତ କରି ବିଧାୟକ ସେମାନଙ୍କ ସହ ଆଲୋଚନା କରି ମନବଳ ଦୃଢ଼ କରିଛନ୍ତି । ବିଧାୟକଙ୍କ ସହ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *