ତାଳବସ୍ତ, ଡମପଡାରେ ଆନନ୍ଦ ଉତ୍ସାହର ସହ ଦୁର୍ଗାପୂଜା ଶେଷ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଶାରଦୀୟ ଦୁର୍ଗାପୂଜାର ମାହୋଲ ବର୍ତ୍ତମାନ ସମୟରେ ମଳିନ ପଡିଛି , ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେବ | ବହୁତ ଆନନ୍ଦ ଉଲ୍ଲାସ ମଧ୍ୟରେ ବାଙ୍କୀ ପୂର୍ବ ଉପଖଣ୍ଡର ପ୍ରସିଦ୍ଧ ଡମପଡା ଏବଂ ତାଳବସ୍ତର ଦଶହରା ପର୍ବ ସରିଯାଇଛି | ନବରାତ୍ର ଏବଂ ବିଜୟା ଦଶମୀରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କରିଛନ୍ତି | ଡମପଡାରେ ଦୁର୍ଗା, ହର ପାର୍ବତୀ, ମା ଲକ୍ଷ୍ମୀଙ୍କ ପରି ଅନ୍ୟ ଦେବାଦେବୀଙ୍କର କୋଡିଏଟି, ଦୁଲଣାପୁର, ଅରପୁର, ତାଳବସ୍ତ ପଂଚାୟତରେ ଛୋଟ ବଡ଼ ହୋଇ ପ୍ରାୟ ପଚାଶରୁ ଅଧିକ ମେଢ଼ ବିଭିନ୍ନ ସାହିରେ ପୂଜା ପାଇଥିଲେ | ପାଗ ଖରାପ ସତ୍ୱେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ଦଶହରାର ଭରପୁର ମଜା ନେଇଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା | କୌଣସି ବିଶୃଙ୍ଖଳା ଘଟି ନ ଥିବାର ତାଳବସ୍ତ ଫାଣ୍ଡି ଅଧିକାରୀ କୁହନ୍ତି | କେବଳ ଛୋଟ ମୋଟ କଥାକୁ ନେଇ ସାହି ସାହି ଭିତରେ ଘଟିଥିବା ଦୁର୍ଗଟଣା ପର ମୁହୂର୍ତ୍ତରେ ସମାଧାନ ହୋଇଛି |

Leave a Reply

Your email address will not be published. Required fields are marked *