ନିଖୋଜ ବାପା ପୁଅର ସନ୍ଧାନ ମିଳିନି , ଯୁଦ୍ଧ କାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ ଜାରି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ତ୍ତମାନ ସୁଦ୍ଧା ନିଖୋଜ ବାପା ପୁଅର ସନ୍ଧାନ ମିଳିନି , ଯୁଦ୍ଧ କାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ ଜାରି ରହିଛି ! ନିଜ ଜମିକୁ ଯାଇ ଫେରୁଥିବା ବେଳେ ଭୂସ୍ଖଳନ ଯୋଗୁଁ ରାୟଗଡ଼ ବ୍ଳକ୍ ମାର୍ଲବା ପଞ୍ଚାୟତ ପେକେଟା ଗାଁ ‘ ରେ ନିଖୋଜ ହୋଇଥିବା ବାପାପୁଅଙ୍କ ବର୍ତ୍ତମାନ ସୁଦ୍ଧା ସନ୍ଧାନ ମିଳିନି । ପାହାଡ଼ ତଳେ ଚାପି ହୋଇଥିବା ସନ୍ଦେହ କରି ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ! ତାକୁ ଅଧିକ କ୍ରିୟାଶୀଳ କରିବା ସହ ବଡ ବଡ ମେସିନ ଲଗାଇ ପଥର ଓ ମାଟିକୁ ହଟାଇବା କାର୍ଯ୍ୟ ଜାରି ରହିଛି । ଅଗ୍ନିଶମ ବିଭାଗର ଟିମ୍, ଓଡ୍ରାଫ୍‌ର ଟିମ୍, ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରାୟ ବହୁ ଜଣ ଏଥିରେ ନିୟୋଜିତ ରହିଥିବା ଜଣା ପଡ଼ିଛି । ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଛି , ପଥର ହଟାଜିବ। ସହ ଚେଇନ୍ ଜେସିବି ଲଗାଯାଇ ଅନୁସନ୍ଧାନ କରାଯିବାର ବ୍ୟବସ୍ଥା କରାଯାଉ ଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *