ପରୀକୁ କେବେ ମିଳିବ ନ୍ୟାୟ ?

0
334

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ପାଞ୍ଚ ବର୍ଷ ନାବାଳିକା ପରୀ ଅପହରଣ ଓ ହତ୍ୟା ଘଟଣାକୁ ବିତିଗଲାଣି ତିନି ମାସରୁ ଉର୍ଦ୍ଧ୍ବ ସମୟ । ହେଲେ ଏଯାଏଁ ସଦର ପୋଲିସର ହାତ ଖାଲି । ଅପରାଧୀଙ୍କୁ ଧରିବାରେ ପୋଲିସ ସମ୍ପୂର୍ଣ ବିଫଳ ହୋଇଛି । ଏବେ ପରୀକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ ଓଡ଼ଗାଁ ଦାଣ୍ଡୋର ଗ୍ରାମର ସାନ୍ତନୁ ବିଶୋଇ ଏବଂ ଇଟାମାଟି ବିରୁଡା ଗ୍ରାମର ଭୁବନ ଚାନ୍ଦ ହାତୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଆମରଣ ଅନଶନର ଦୁଇ ଦିନ ପରେ ମଧ୍ୟ ସେମାନଙ୍କ ସହ ଆଲୋଚନା ତ ଦୂରର କଥା ଜିଲ୍ଲାପାଳ ଦେଖା ମଧ୍ୟ କରିନାହାନ୍ତି । ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ବଦଳରେ ଅନଶନକାରୀଙ୍କୁ ଚିକିତ୍ସା ବାହାନାରେ ଅନଶନ ସ୍ଥଳରୁ ଉଠାଇ ନେଇ ଡାକ୍ତରଖାନାରେ ରଖିଛି । ତେବେ ଉଭୟ ଡାକ୍ତରଖାନାରେ ମଧ୍ୟ ସେମାନଙ୍କ ଅନଶନ ଜାରି ରଖିଛନ୍ତି । ସେମାନଙ୍କୁ ଯେଉଁ ଠାରେ ରଖିଲେ ମଧ୍ୟ ପରୀର ହତ୍ୟାକାରୀକୁ ନଧରିବା ପର୍ଯ୍ୟନ୍ତ ସେମାନେ ଅନଶନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣା ପଛରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଭବନ ଚାନ୍ଦ ହାତୀ ।

LEAVE A REPLY

Please enter your comment!
Please enter your name here