କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ବିପୁଳ ପରିମାଣର କଫ ସିରଫ ଜବତ କଲା ମର୍କତ ନଗର ଥାନା ପୋଲିସ । ଚୌଦ୍ୱାର ଅଞ୍ଚଳରେ ମହଜୁଦ ଥିଲା ଏହି କଫ ସିରଫ। ପାଖାପାଖି ୩୧୩୯ ବୋତଲ କଫ ସିରପ୍ ପୁଲିସ ଦ୍ୱାରା ଜବତ ହୋଇଥିବାର ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାନ ହୋଇଥିବା ଏହି ସିରଫ ସବୁକୁ ଯୁବକ ଓ ଛାତ୍ରମାନେ ନିଶା ଭାବେ ବ୍ୟବହାର କରୁଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ଦୋକାନୀ ଏହାର କାରବାର ଚଳାଇଥିଲେ . ମର୍କତ ନଗର ପୋଲିସର ଏକ ଟିମ ଚଢ଼ାଉ କରି କଫ୍ ସିରଫ ସହ ୫ଟି ଷ୍ଟ୍ରୀପ ନିଶା ଟାଵଲେଟ ମଧ୍ୟ ଜବତ କରିଛି . ନିଶା ଔଷଧ ଏବଂ କଫ ସିରଫ କାରବାର କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଧ୍ୟ ମର୍କତନଗର ପୋଲିସ ଗିରଫ କରିଛି।