ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ତେହେରାନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ . ଆକସ୍ମିକ ଅଗ୍ନିକାଣ୍ଡରେ ୩ଟି ପରିବାରର ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି . ତେବେ ଅଗ୍ନିକାଣ୍ଡ କାରଣରୁ କ୍ଷତିଗ୍ରସ୍ତ ପରିବାର ମାନେ ବାସହୀନ ହୋଇ ପଡିଥିବା ସମୟରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସାମାଜିକ କର୍ମୀ ବିଭୁତି ସାହୁ ଏବଂ ବାପି ମହାନ୍ତି . ନିଆଁ ଲାଗି କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନଷ୍ଟ ହୋଇଥିବା ଚାଳ ଛପର ଘର ପାଈଁ ପାଲ ପ୍ରଦାନ ସହ ଅଗ୍ନି ବିପନ୍ନଙ୍କୁ କମ୍ବଳ ଏବଂ ଶୁଖିଲା ଖାଦ୍ୟ ଯୋଗାଇଛନ୍ତି .