କୋଭିଡ କଟକଣାକୁ ଫୁ !! କାହା ନିର୍ଦ୍ଦେଶରେ ବାଳାଶ୍ରମରେ ଚାଲିଛି ଫିଲ୍ମ ସୁଟିଙ୍ଗ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁରରେ ଥିବା ଏକ ମାତ୍ର ବାଳାଶ୍ରମରେ ଚାଲିଛି ଫିଲ୍ମ ସୁଟିଂ । କରୋନା ମହାମାରୀ ସଂକ୍ରମଣ ଏବଂ କୋଭିଡ କଟକଣା ସମୟରେ ବାଳାଶ୍ରମ ମଧ୍ୟରେ ଫିଲ୍ମ ସୁଟିଂ କରିବାକୁ କିଏ ଦେଲା ଅନୁମତି । ଖାଲି ସେତିକି ନୁହେଁ ପୂର୍ବରୁ ବଳାଶ୍ରମର ଅନ୍ତେବାସୀ ବିଭିନ୍ନ ସମୟରେ ବାହାରକୁ ପଳେଇଯିବା ଏବଂ ଦୂର ଦୁରନ୍ତରୁ ଉଦ୍ଧାର ହେବା ଭଳି ସମ୍ବେଦନଶୀଳ ଘଟଣା ମଧ୍ୟ ଘଟିଛି । ଆଉ ଏ ସମ୍ପର୍କରେ ବାଳାଶ୍ରମ ସୁପେରିଟେଣ୍ଡଙ୍କୁ ପଚାରିବାକୁ ଯିବାରୁ ସିଧା ସିଧା ମନା କରିଦେବା ଘଟଣା ନେଇ ସାଧାରଣରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏପରିକି ଗଣମାଧ୍ୟମକୁ ମଧ୍ୟ ଅନୁମତି ନାହିଁ ବୋଲି ସିଧା ସିଧା କହିଥିଲେ । ତେବେ କରୋନା ସମୟରେ ଏକାଧିକ ଲୋକଙ୍କୁ କିଏ ଦେଲା ଅନୁମତି ଆଉ କାହା ଇଙ୍ଗିତରେ ଚାଲିଛି ଫିଲ୍ମ ସୁଟିଂ । ବାଳାଶ୍ରମର ଅନ୍ତେବାସୀଙ୍କ ସୁରକ୍ଷା କଥା ଭୁଲିଯାଇ ଗହଳି ଜମାଇ ଫିଲ୍ମ ସୁଟିଙ୍ଗ ଚାଲିଛି । ବିନା ମାସ୍କରେ ବାଳାଶ୍ରମ ମଧ୍ୟରେ ଲୋକଙ୍କୁ ବୁଲିବାକୁ କିଏ ଦେଇଛି ଅନୁମତି ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଯେଉଁଠି ତିନି ତିନିଟି ଶିଶୁ ବିଭାଗ କାର୍ଯ୍ୟ କରୁଛି ଆଉ କୌଣସି ସୂଚନା ଆବଶ୍ୟକ ଥିଲେ ଜଣେ କି ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ବାରଣ କରାଯାଉଛି ସେଠାରେ କିପରି ଏତେ ସଂଖ୍ୟକ ଲୋକଙ୍କୁ ଅନୁମତି ଦିଆଯାଉଛି ତାହା ଏବେ ସାଧାରଣରେ ଆଲୋଚନା ହେଉଅଛି । ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ଫିଲ୍ମ ସୁଟିଂ କରିବା ଏକ ନିନ୍ଦନୀୟ ବିଷୟ ଏହା ଉପରେ ତର୍ଜମା ଆବଶ୍ୟକ ବୋଲି କହିଛନ୍ତି ଯାଜପୁରର ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ସଂଘର ସଭାପତି । ତେବେ ଜିଲ୍ଲାପାଳଙ୍କୁ ପଚାରିବାରୁ ଏହା ଏକ ଡକୁମେଣ୍ଟାରୀ ସୁଟିଂ ହେଉଥିବା କହିଥିବା ବେଳେ କୌଣସି କଟକଣା ଯଦି ଭଙ୍ଗ ହୋଇଥାଏ ତେବେ ତାହା ଉପାରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବାଳାଶ୍ରମ ପରିସରର ମଧ୍ୟରେ ବିନା ମାସ୍କ ରେ ବୁଲିବା କଣ ନିୟମର ଉଲଂଘନ ନୂହେଁକି । ଏତେ ସଂଖ୍ୟକ ଲୋକ ବୁଲିବା ଏକାଠି ହୋଇ ଗହଳି ଜମାଇବା କଣ ନିୟମର ଉଲଂଘନ ନୂହେଁକି । ଜିଲ୍ଲାପାଳ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା ।

Leave a Reply

Your email address will not be published. Required fields are marked *