ଶ୍ରମିକ ସମସ୍ୟା ସମାଧାନ ପାଇଁ ସୁକିନ୍ଦା ବିଧାୟକଙ୍କ ପ୍ରୟାସ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅଧିନସ୍ଥ କାଳିଆପାଣିରେ ଥିବା ବାଲେଶ୍ବର ଏଲୟେଜ ଏବଂ BGR ଠିକାଦାର ଅଧିନରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ବକେୟା ଦରମା ଓ ବୋନସ ପ୍ରଦାନ ସମସ୍ୟା ନିମନ୍ତେ କାଳିଆପଣି ଠାରେ ସୁକିନ୍ଦା ବିଧାୟକଙ୍କ ଉପସ୍ଥିତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ଦ୍ୱିପାକ୍ଷିକ ବୈଠକରେ ବହୁ ଶ୍ରମିକମାନଙ୍କ ଉପସ୍ଥିତରେ ସୁକିନ୍ଦା ଅଞ୍ଚଳ କ୍ରୋମାଇଟ ଖଣି ଖାଦନ ମଜଦୁର ସଂଘର ସଭାପତି ତଥା ସୁକିନ୍ଦା ବିଧାୟକ ଇଂ.ପ୍ରୀତିରଞ୍ଜନ ଘଡାଇ ବାଲେଶ୍ୱର ଅଲୱେଜ୍ କମ୍ପାନିର ଅଧିକାରୀଙ୍କୁ ସୂଚନା ଦେଇଛନ୍ତିକି କମ୍ପାନୀରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କର ବକେୟା ରାଶି ୭ ଦିନ ମଧ୍ୟରେ ପ୍ରଦାନ କରାଯାଉ । ସେହିଭଳି କାଳିଆପାଣି ସ୍ଥିତ BGR କର୍ମଚାରୀଙ୍କ ବକେୟା ଦରମା ଏବଂ ବୋନସ ପ୍ରଦାନ ପାଇଁ OMCର MDଙ୍କ ସହ ବିଧାୟକ ଆଲୋଚନା କରିବା ନେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *