ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) : ମୋଟର ଯାନ ଆଇନକୁ ନେଇ କଡା ଆଭିମୁଖ୍ୟ ରଖିଛନ୍ତି ରାଜ୍ୟ ସରକାର . ଏଣିକି ବାଇକ ଚଳାଇବା ସମୟରେ ହେଲମେଟ ନପିନ୍ଧିଲେ ଲାଇସେନସ ବାତିଲ କରାଯିବ . ଏ ସଂକ୍ରାନ୍ତରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ପ୍ରମୂଖ ସଚିବ ମଧୁସୂଦନ ପାଢୀ . ହେଲମେଟ ପିନ୍ଧିବା ନିୟମକୁ ନେଇ ସରକାରଙ୍କର କଡା ଆଭିମୁଖ୍ୟ ପରେ ଜିଲ୍ଲା ଅନୁଯାୟୀ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଜବାବ ମାଗିଛନ୍ତି ପ୍ରମୂଖ ସଚିବ . ବିଗତ ଦିନରେ ମହାମାରୀ କରୋନା କଟକଣା ସମୟରେ ଟ୍ରାଫିକ ନିୟମକୁ ସାମାନ୍ୟ କୋହଳ କରାଯାଇଥିଲା . ତେବେ ଆଗାମୀ ଦିନରେ ଟ୍ରାଫିକ କଟକଣାକୁ କଠୋର କରାଯିବ ସହ ହେଲମେଟ ଚେକିଙ୍ଗ କୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି .