କୋରାଇ ଥାନା ପୂର୍ବକୋଟ ଅଞ୍ଚଳରେ ପୋଲିସର ଅତର୍କିତ ଚଢାଉ : ସୁନାରୂପା ଅଳଙ୍କାର ଜବତ ୩ ଲୁଟେରା ଗିରଫ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କୋରାଇ ଥାନା ପୂର୍ବକୋଟ ଅଞ୍ଚଳରେ ପୋଲିସ ଅତର୍କିତ ଚଢାଉ କରି ବହୁ ଲୁଟ ସୁନାରୂପା ଅଳଙ୍କାର ଜବତ ତିନି ଲୁଟେରାଙ୍କୁ ଗିରଫ କରିଛି . ସୂଚନା ଅନୁସାରେ 223ଗ୍ରାମ ସୁନା , 1କେଜି ରୂପା ଓ 3ଲକ୍ଷ ଚାରି ହଜାର ନଗଦ ଟଙ୍କା, ଏଟିଏମ୍ କାର୍ଡ ଏବଂ ମାରଣାସ୍ତ୍ର ଜବତ ହୋଇଅଛି . ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ । ଗତ ୧୯ ତାରିଖ ଦିନ ଜିଲାରେ ଘଟିଥିବା ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତି ଥିବା କିଛି ବ୍ୟକ୍ତିଙ୍କ ସମ୍ପର୍କରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଯାଜପୁର ଏସ୍‌ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ କୋରେଇ ବ୍ଲକ ଅର୍ନ୍ତଗତ କନ୍ତୋର ପଂଚାୟତର ପୂର୍ବକୋଟ ତେଲେଙ୍ଗା ସାହିରେ ଚଢାଉ କରିଥିଲେ । ଯାଜପୁର ରୋଡ ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତ୍ୱତ୍ୱରେ ୫ ଜଣିଆ ଅଫିସର ଦଳ ପାଖାପାଖି ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହଯୋଗରେ ତେଲେଙ୍ଗା ବସ୍ତିରେ ଚଢାଉ କରି ୩ ଜଣକୁ କାବୁ କରିଥିବା ବେଳେ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି । ଆଜି ଏହି ଘଟଣାର ଖୁଲାସା କରିଛି କୋରେଇ ପୋଲିସ । ମଙ୍ଗଳପୁର ସୁନା ଦୋକାନୀଙ୍କୁ ଆକ୍ରମଣ ଓ ଲୁଟ ଘଟଣା ପରେ ଲୁଟିଆ ମାନଙ୍କ ଉପରେ ନଜର ରଖିଥିଲା ପୁଲିସ । ଅଧିକ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଆସମୀ ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *