କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କିଶୋନନଗର ଜୋନ ପକ୍ଷରୁ କଟକ ସଦର ବ୍ଲକ ପାହାରାଜପୁର ପଂଚାୟତର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ କାର୍ଯ୍ୟକାରିଣୀ ବୈଠକ ଏବଂ ନୂତନ କାର୍ଯ୍ୟକର୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ! ଏହି ବୈଠକରେ ମୁଖ୍ୟ ଅତିଥିଭାବେ କଟକ ନଗର ବଜରଙ୍ଗ ଦଳର ସକ୍ରିୟ କାର୍ଯ୍ୟକର୍ତା ତଥା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନଗର କାର୍ଯ୍ୟକର୍ତା ସନତ କୁମାର ମହାର ଓ କଟକ ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ ପ୍ରଣୟ ରଂଜନ ସ୍ୱାଇଁ, ସହ-ସଂଯୋଜକ ସଂଜୟ ସିଂହ ରାଜପୁତ, ମିଳନକେନ୍ଦ୍ର ପ୍ରମୁଖ କବି ଭୂଷଣ ଆଚାର୍ଯ୍ୟ ଏବଂ ଉଭୟ ସଂଗଠନର ସକ୍ରିୟ କାର୍ଯ୍ୟକର୍ତା ଉପସ୍ଥିତ ରହି ଆଗାମୀ ଦିନ ମାନଙ୍କରେ ଦଳର କାର୍ଯ୍ୟସୂଚୀ ପ୍ରସ୍ତୁତ, ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ, ହିନ୍ଦୁତ୍ୱର ମହାନ ବିଚାରଧାରାକୁ ବହୁଳ ଭାବେ ପ୍ରଚାର ପ୍ରସାର, ଗୋ-ସୁରକ୍ଷା ଉପରେ ଗୁରୁତ୍ୱ, ସେଵା, ସଂସ୍କାର ଉପରେ ଆଲୋକପାତ କରାଯାଇଥିଲା ! ନୂତନ କାର୍ଯ୍ୟକର୍ତା ଭାବେ କଟକ ସଦର ବଜରଙ୍ଗ ଦଳର ସଂଯୋଜକ ଭାବେ ଲଷ୍ମୀକାନ୍ତ ତ୍ରିପାଠୀ, ସହ-ସଂଯୋଜକ ଭାବେ ହେମନ୍ତ କୁମାର ବେହେରା ଏବଂ ଗୋସୁରକ୍ଷା ପ୍ରମୁଖ ଭାବେ ସଂଜୟ ସାହୁଙ୍କୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି !
ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

