ମହିମା ଠାରେ କଂଗ୍ରେସର ସାଙ୍ଗଠନିକ ବୈଠକ

0
338

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ଏକ ସାଙ୍ଗଠନିକ ବୈଠକ କୋକସରା ବ୍ଲକ ମହିମା ପଞ୍ଚୟତ ମହାଭାରତ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ , ବରିଷ୍ଠ ନେତା ତଥା କେନ୍ଦ୍ରୀୟ ଜାତୀୟ କଂଗ୍ରେସ ମିଜୋରାମ ଓ ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସ ମୂଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ପ୍ରଥମେ କଂଗ୍ରେସର କର୍ମକର୍ତ୍ତା ମାନେ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ । ବ୍ଲକ ସଭାପତି ରାଜେନ୍ଦ୍ର ନାଏକ ସ୍ୱାଗତ ଅଭିଭାଷଣ ରଖିବା ସହ ଅତିଥି ପରିଚୟ ଦେଇଥିଲେ । ରାଜ୍ୟରେ ଦିନକୁ ଦିନ ବିଗୁଡୁଥିବା ଶାସନ ବ୍ୟବସ୍ଥା ଆଜି ସାଧାରଣ ଲୋକଙ୍କୁ ହନ୍ତସନ୍ତ କଲାଣି ,ଦରଦାମ ହେଉ କି କୃଷକ ଙ୍କ ସମସ୍ୟା ହେଉ ଆଜି ଓଡିଶା ର ଜନସାଧାରଣ କୋଭିଡରେ ଜୀବିକା ହରାଇ ହାତବାନ୍ଧି ଘରେ ବସିଛନ୍ତି । ଏହିଭଳି ପରିସ୍ଥିତିରେ ଦରଦାମ ଵୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏଣୁ କଂଗ୍ରେସ ଦଳକୁ ତଳ ସ୍ତରରୁ ସୁଦୃଢ କରିବାକୁ ହେବ ,ଏହି ଅବସରରେ ବ୍ଲକ କଂଗ୍ରେସର ନୂତନ କର୍ମକର୍ତ୍ତା ଚୟନ ପାଇଁ ଉପସ୍ଥିତ କର୍ମୀ ଙ୍କ ସହ ଆଲୋଚନା କରାଯାଇଥିଲା । ସାଙ୍ଗଠନିକ ବୈଠକରେ ଦିଗାମ୍ବର ଦୁରିଆ , ପୁରୁଷୋତ୍ତମ ଗୁପ୍ତା , ଭଜମନ ବେମାଲ, ତ୍ରିଭୁବନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here