ପବିତ୍ର କାର୍ତ୍ତିକ ମାସ ରେ ଦେବାଳୟରେ ଶୋଭାପାଉଛି ଆକାଶ ଦୀପ !!!

0
297

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଦେବାଳୟ ସମେତ ପୁରପଲ୍ଲୀରେ କାର୍ତ୍ତିକ ମାସ ରେ ଆକାଶଦୀପ ଶୋଭାପାଉଛି . ପବିତ୍ର କାର୍ତ୍ତିକ ମାସ ପୁଣ୍ୟ ମାସ ହୋଇଥିବାରୁ ଜଗନ୍ନାଥ ମନ୍ଦିର, ରାଧା କୃଷ୍ଣ ମନ୍ଦିର, ଶିଵ ମନ୍ଦିର ଓ ଚହୁଁରାମୂଳେ ଆକାଶ ଦୀପ ଜଳୁଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆକାଶ ଦୀପ ଲାଗିଥାଏ । ଏହା ସନ୍ଧ୍ୟା ଆଳତୀ ପୂର୍ବରୁ ଲଗାଯିବାର ପରମ୍ପରା ରହିଛି । କାର୍ତ୍ତିକ ବ୍ରତୀ ଧାରି ମାନେ ଅନେକ ଧର୍ମ କର୍ମ କରିଥାନ୍ତି ।ଏଥି ମଧ୍ୟରୁ ଏହି ଆକାଶ ଦୀପ ଅନ୍ୟତମ । କୁହାଯାଏ ଯେ କି କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ କଲେ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ଏହି ମାସରେ ସ୍ୱର୍ଗର ଦେବତା ମାନେ ମର୍ତ୍ତ୍ୟ ପୁରକୁ ଆସି ଥାନ୍ତି । ସେମାନଙ୍କ ଗମନାର୍ଥେ ଏହି ଆକାଶ ଦୀପ ପ୍ରଜ୍ଜଳନ କରାଯାଇଥାଏ । ଏହି ଆକାଶ ଦୀପ ମର୍ତ୍ତ୍ୟପୁର ସକାଶେ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ବୋଲି ବିଭିନ୍ନ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ।

LEAVE A REPLY

Please enter your comment!
Please enter your name here