ରାୟଗଡାରେ କୋଭିଡ -୧୯ ସଚେତନତା ରଥ !!

Spread the love

ରାୟଗଡା ( ଆବାଜ ମିଡ଼ିଆ ) – ଆଲୋକ ମହାରଣା : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଜୟପୁର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାୟଗଡ ଜିଲ୍ଲା ମୁଖ୍ୟାଳୟ ଠାରେ କୋରନା ରୋଗ ଠାରୁ ନିଜକୁ ବଞ୍ଚାଇ ରଖିବା ଲାଗି କେଉଁ କେଉଁ ସଠିକ ବ୍ୟବହାର ପଦ୍ଧତି ଆପଣେଇବାକୁ ହେବ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ କୋଭିଡ ୧୯ ସଚେତନତା ରଥ ଆଜି ଶୁଭାରମ୍ଭ ହୋଇଛି. ଏହାକୁ ରାୟଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ପ୍ରଚାର ଅଭିଯାନ ଶୁଭାରମ୍ଭ କରିଛନ୍ତି.ଏଥି ସହିତ କରୋନା ସଚେତନତା ବାର୍ତ୍ତା ସମ୍ବନ୍ଧୀୟ ପୋଷ୍ଟର ମଧ୍ୟ ଉନ୍ମୋଚନ କରିଥିଲେ. ଏହି ଅଭିଯାନ ଆସନ୍ତା ୨0 ଦିନ ଧରି ସମଗ୍ର ଜିଲାରେ କୋଣ ଅନୁକୋଣ ବୁଲି କୋଭିଡ ସଚେତନତା ର ବାର୍ତ୍ତା ପ୍ରଚାର କରିବ. ପ୍ରଚାର ରଥରେ କରୋନା ଠାରୁ ରକ୍ଷା ପାଇବା ପାଇଁ ଥିବା ବିଭିନ୍ନ ଉପାୟ ଗୁଡିକ ଯଥା ମାସ୍କ ପିନ୍ଧିବା, ହାତ ଧୋଇବା / ସାନିଟାଇଜର ବ୍ୟବହାର କରିବା ଓ ପରସ୍ପର ମଧ୍ୟରେ ଦୁଇ ଗଜ ଅର୍ଥାତ ୬ ଫୁଟ ଦୂରତା ରଖିବା, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା ପାଇଁ ବିଭିନ୍ନ ପରାମର୍ଶ ଥିବା ବାର୍ତ୍ତା ଜରିଆରେ ଲୋକମାନଂକୁ ସଚେତନ କରାଯିବ । ଏହା ସହିତ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ଗୀତ ମାଧ୍ୟମରେ ପ୍ରଚାର କରାଯିବ । ଏହି କୋଭିଡ ସଚେତନତା ବାର୍ତ୍ତା ଥିବା ଷ୍ଟିକର ମଧ୍ୟ ବିଭିନ୍ନ ଛକ, ବସ ଷ୍ଟାଣ୍ଡ, ଜନଗହଳି ସ୍ଥାନ ତଥା ଲୋକ ଙ୍କ ଚଳାଚଳ କରୁଥିବା ମୁଖ୍ୟ ସ୍ଥାନ ମାନଙ୍କରେ ଲଗାଯିବ । ଯାହାଦ୍ୱାରା ବେପରୁଆ ଲୋକମାନେ କୋରନା ସମୟରେ ନିଜକୁ ସତର୍କ ଓ ସୁରକ୍ଷିତ ରଖି ପାରିବେ । ବର୍ତମାନ ମଧ୍ୟ କୋରାନା ରହିଛି ସମ୍ପୂର୍ଣ ରୂପେ ଯାଇନାହିଁ,, ଯେଉଁ ପର୍ଯ୍ୟନ୍ତ ଟୀକା ବାହାରି ନାହିଁ ସେ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ଅବହେଳା ନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଦେଶବାସୀଙ୍କୁ ପୋଷ୍ଟର ଜରିଆରେ ନିବେଦନ କରିଛନ୍ତି. ସୂଚନାଯୋଗ୍ୟ ଯେ ରାୟଗଡ ଜିଲ୍ଲା ରାଜ୍ୟ ର 10ଟି ଅତି ପ୍ରଭାବିତ ଜିଲ୍ଲା ମଧ୍ୟରେ ଆସୁଥିବାରୁ ଏବଂ ଏହି ଶୀତଋତୁରେ କୋଭିଡ ବ୍ୟାପିବା ଆଶଙ୍କା ଥିବାରୁ ଏହି ପ୍ରଚାର କାର୍ଯ୍ୟକ୍ରମ କରଯାଉଛି । ଆଜି ଠାରୁ ଆସନ୍ତା ଡିସେମ୍ବର ମାସ 19 ତାରିଖ ପର୍ଯ୍ୟନ୍ତ ପ୍ରଚାର ଚାଲିବ । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ. ଲୋକ ମାନଙ୍କ ପାଇଁ ଉଦିଷ୍ଟ ଏହି ମହତ ଜନ କଲ୍ୟାଣ କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *