ପାରଳାଖେମୁଣ୍ଡି ସହର ସମେତ ପୁର ପଲ୍ଲୀରେ ନାଗ ଚତୁର୍ଥୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଦକ୍ଷିଣାଞ୍ଚଳ ଜିଲ୍ଲା ହୋଇ ଥିବାରୁ ଏଠାରେ ଉଭୟ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟର ପୂଜାପର୍ବ ପର୍ବାଣୀ ଗୁଡିକ ପାଳିତ ହେଉଛି।ଅତି ଆଡମ୍ବରରେ ଓ ଖୁସିରେ ଏହି ପର୍ବ ଗୁଡ଼ିକ ପାଳିତ ହେଉଛି।କାର୍ତ୍ତିକ ମାସର ଶୁକ୍ଳ ଚତୁର୍ଥୀକୁ ନାଗ ଚତୁର୍ଥୀ ଭାବେ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ସାପ ବିଳା ନିକଟରେ ସଫା କରି ଝୋଟି ମୁରୁଜ ପକାଇ ପୂଜା କରାଯାଉଛି। ଯାହାର ଜନ୍ମ ଜାତକରେ କାଳସର୍ପ ଦୋଷ ରହିଛି ସେ ନାଗ ପୂଜା କଲେ ନାଗ ଦୋଷରୁ ଖଣ୍ଡନ ହେଉଛନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି।ଆଜି ସକାଳୁ ପୁରପଲ୍ଲୀ ଓ ସହରରେ ଫୁଲ ଫଳ ନଡ଼ିଆ ସହ ବିଭିନ୍ନ ପିଠା ପଣା ଅଣ୍ଡା କ୍ଷୀର ପ୍ରଭୃତି ପୂଜା ସାମଗ୍ରୀ ଧରି ସାପ ବିଳା ନିକଟରେ ସପରିବାର ବନ୍ଧୁ ବର୍ଗଙ୍କ ସହ ପୂଜାର୍ଚ୍ଚନା କରିଛନ୍ତି।ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସ ରହିଛି ଏହି ପୂଜା କଲେ ଜର ରୋଗ ଦୁଃଖ କଷ୍ଟ ଦୂର ହେବା ସହ ପରିବାର ସଦସ୍ୟ ମଙ୍ଗଳରେ ରୁହନ୍ତି। ଯଦି କାନର କୌଣସି ଅସୁବିଧା ଥାଏ ଏହି ପୂଜା କରି ସାପ ବିଳାରୁ ମାଟି ଆଣି କାନରେ ଲଗାଇରେ କାନ ଭଲ ହୋଇ ଯାଏ ବୋଲି ଲୋକଙ୍କ ମନରେ ବିଶ୍ଵାସ ରହିଛି।ସୁନାରେ କିମ୍ବା ଚାଉଳ ଚୁନା ରାଶି ମିଶାଇ ସାପ ତିଆରି କରି ସାପ ବିଳା ନିକଟରେ ନୂଆ ବସ୍ତ୍ର ରଖି ଚନ୍ଦନ,ହଳଦୀ କୁଙ୍କୁମ ଲଗାଇ ପୂଜା କରିଥାନ୍ତି ।

Leave a Reply

Your email address will not be published. Required fields are marked *