ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳା ପୌର ପରିଷଦ ରାଜ୍ୟର ଦ୍ଵିତୀୟ ପୁରାତନ ପୌର ପରିଷଦ ଅଟେ । ହେଲେ ସୁବିଧା ଅପେକ୍ଷା ଏଠାରେ ସମସ୍ୟା ଅଧିକ . ବାରମ୍ବାର ଅଭିଯୋଗ ପରେ ବି ହେଉନି ସମସ୍ୟାର ସମାଧାନ । ଏଠାକାର ମୁଖ୍ୟ ସମସ୍ୟା ପରିମଳ ବ୍ୟବସ୍ଥା ସୁଧୁରି ପାରୁନାହିଁ , ଦୀର୍ଘ ଦିନ ହେଲା ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଏହା ର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ । ସହରର ଜନସାଧାରଣ ସଚେତନତା ଅଭାବ ନା ଜାଣିଶୁଣି ଆବର୍ଜନା ଏଣେତେଣେ ଫୋପାଡ଼ିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି । ସହରବାସୀ ସଚେତନତା ହେଲେ ଏହାର ସମାଧାନ ହୋଇପାରିଥାନ୍ତା । ଅନ୍ୟ ପଟେ ପୌର ପରିଷଦ ପରିମଳ ବ୍ୟବସ୍ଥା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଥିବା ବେଳେ ସହରର ବିଭିନ୍ନ ୱାର୍ଡରେ ଡ଼ଷ୍ଟବିନ ନଥିବାରୁ ଅପରିଷ୍କାର ପଦାର୍ଥ ଏଣେ ତେଣେ ପଡୁଛି ଏବଂ ୱାର୍ଡ ବାସୀଙ୍କୁ ଅପରିଷ୍କାର ପଦାର୍ଥ ରଖିବା ପାଇଁ ଡ଼ଷ୍ଟବିନର ବ୍ୟବସ୍ଥା ଥିଲେ ମଧ୍ୟ ପୌର ପରିଷଦ ୱାର୍ଡ ବାସୀର ହିତାଧିକାରୀଙ୍କୁ ଡ଼ଷ୍ଟଵିନ ଦେଇ ପାରିନାହିଁ . ପୌର ପରିଷଦ ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । ସହରରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି ପାରଳା ପୌର ପରିଷଦର ଅଵ୍ୟଵସ୍ଥିତ ପାର୍କିଂଙ୍ଗ ବ୍ୟବସ୍ଥା . ମୁଖ୍ୟ ରାସ୍ତା ଉପରେ ଏଣେତେଣେ ଗାଡି ପାର୍କିଙ୍ଗ ହେବ କାରଣରୁ ସହରରେ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରରେ ଉଠାଦୋକାନ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି ଏବଂ ଟ୍ରାଫିକ ସମସ୍ୟା ଉପୁଜୁଛି । ଏଥି ପ୍ରତି ପୌର ପରିଷଦ ଗୁରୁତ୍ୱ ଦେଉନାହିଁ । କେବଳ ଟିକସ ଆଦାୟ କରିବାରେ ବାଉଳ।, ଉଠା ଦୋକାନିକୁ ସ୍ଥାୟୀ ସମାଧାନ କରିବାରେ ବିଫଳ । ସହରରେ ବୁଲା କୁକୁର ଗାଈ ଘୁଷୁରୀଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଯାହାଫଳରେ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି ଓ ବୁଲା କୁକୁରଙ୍କ ଆତଙ୍କ ରେ ସହର ବାସୀ ଭୟଭୀତ ହୋଇଛନ୍ତି । ସହରର ପ୍ରତ୍ୟେକ ସାହି, ଗଳି ଓ ଛକ ମାନଙ୍କରେ ବୁଲା କୁକୁର ମାଳମାଳ ହୋଇ ରହିଥିବା ବେଳେ ସହର ବାସୀଙ୍କୁ ଭୁକି ଉପରକୁ କାମୁଡିବାକୁ ଆସିଥାନ୍ତି । ଏପରିକି ପ୍ରାତ ଭ୍ରମଣ ସମୟରେ ବରିଷ୍ଠ ନାଗରିକ ମାନେ ଭୟଭୀତ ହୋଇ ପଡୁଛନ୍ତି । ସହରରେ ବୁଲା ଗାଈ ଗୋରୁ ଉପଦ୍ରବ ଯୋଗୁଁ ଟ୍ରାଫିକ ସମସ୍ୟା ସହ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟୁଛି । ଏଥି ପ୍ରତି ପୌର ପରିଷଦ କିଛି ପଦକ୍ଷେପ ନେଉନାହିଁ । କିମ୍ବା ସହରରେ କାଞ୍ଜିଆହୁଦାର ବ୍ୟବସ୍ଥା ମଧ୍ୟ ନାହିଁ । ସହରରେ ଘୁଷୁରୀ ଉପଦ୍ରବ ଦିନକୁ ଦିନ ଅତିଶୟ ହେବାରେ ଲାଗିଛି । ଯାହା ଫଳରେ ଛୋଟ ମୋଟ ଦୁର୍ଘଟଣା ହେବା ସହ ସହରର ଅପରିଷ୍କାର ପଦାର୍ଥକୁ ଏଣେତେଣେ ଫୋପାଡିବା ଦ୍ୱାରା ପରିବେଶ ପ୍ରଦୂଷଣ ଓ ଦୁର୍ଗନ୍ଧମୟ ସୃଷ୍ଟି କରୁଛି ।ଏଥିପ୍ରତି ପାରଳା ପୌର ପରିଷଦ କିଛି ପଦକ୍ଷେପ ନେଉନାହିଁ । ଏଠାରେ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଦିଆଯାଇ ନଥିବା ଅଭିଯୋଗ ହେଉଛି । ସେହି ଭଳି ବୃଦ୍ଧ ବୃଦ୍ଧା ପେନସନ ପ୍ରକୃତ ହିତାଧିକାରୀଙ୍କୁ ଦିଆ ଯାଉ ନଥିବା ଅଭିଯୋଗ ମଧ୍ୟ ହେଉଛି । ସେହି ଭଳି ରାସନକାର୍ଡ ସ୍ୱଚ୍ଛଳ ବ୍ୟକ୍ତି ପାଇଥିବାର ଅଭିଯୋଗ ହେଉଛି । ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଥିବା ର ଅଭିଯୋଗ ହେଉଛି ଏବଂ ଏଠାକାର କର୍ମଚାରୀ ଦୀର୍ଘ ଦିନ ହେଲା ବଦଳି ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତୁରନ୍ତ କର୍ମଚାରୀ ମାନଙ୍କୁ ବଦଳି କରିବାକୁ ଦାବି ହେଉଛି । ରାଜ୍ୟର ଦ୍ଵିତୀୟ ପୁରାତନ ପୌର ପରିଷଦରେ ମାଳ ମାଳ ସମସ୍ୟା ରହିଥିବା ସମୟରେ ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନହେବା ଦୁର୍ଭାଗ୍ୟଜନକ ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି .