ଉନ୍ମୋଚିତ ହେଲା ଡ.କଲ୍ୟାଣୀ ମିଶ୍ରଙ୍କ କବିତା ସଂକଳନ “ବଦଳି ଯାଉଥିବା ଋତୁ ସମ୍ପର୍କରେ”…

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉନ୍ମୋଚିତ ହେଲା ଡ.କଲ୍ୟାଣୀ ମିଶ୍ରଙ୍କ କବିତା ସଂକଳନ “ବଦଳି ଯାଉଥିବା ଋତୁ ସମ୍ପର୍କରେ”…। ଉତ୍କଳ ହିତେଇସିନୀ ସମାଜ ସଭାଗୃହରେ ଉପନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁ କୈଳାସ ପଟନାୟକ ଏବଂ ପଣ୍ଡିତ ନରସିଂହ ଗୌଡ଼ ମନ୍ତ୍ର ପାଠ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ କରିଥିଲେ ଆଶାଲତା ପାଣିଗ୍ରାହୀ । ମୁଖ୍ୟ ଅତିଥି ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗଦାନ କରି ପୁସ୍ତକ ଉନ୍ମୋଚନ କରି ସାମ୍ପ୍ରତିକ ସମୟରେ ମୁଦ୍ରଣ ବହିର ଚାହିଦା ଅପେକ୍ଷାକୃତ କମିଯିବାର ନଜିରକୁ ଆସୁଥିବାର ପ୍ରକାଶ କରିଥିଲେ । ନିଜସ୍ଵ ରଚିତ କବିତା ହେଉ କିମ୍ବା ଲେଖା ହେଉ ଲେଖିସାରିଲା ପରେ ମୁଦ୍ରଣ ବହିକୁ ଲେଖକ ନିଜେ ଦେଖୁ ଦେଖୁ ଆତ୍ମବିଭୋର ହୁଏ ।ବହିଟିର ସମୀକ୍ଷକ ଡକ୍ଟର ଚନ୍ଦ୍ରଶେଖର ଦାସ ବହିଟିର ସାମଗ୍ରିକ ଅନ୍ତଃସ୍ଵରକୁ ସଂକ୍ଷିପ୍ତରେ ବୁଝେଇଥିଲେ । ସାହିତ୍ୟ ଏକାଡେମୀ ସଦସ୍ୟ କବି ବିଚିତ୍ରାନନ୍ଦ ବେବର୍ତ୍ତା ମଧ୍ୟ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶରତ ସାହୁ, ନିତ୍ୟାନନ୍ଦ ଚୌଧୁରୀ , ମୁରଲୀଧର ପରିଛା ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *