କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଡେରେଙ୍ଗ୍ ଠାରେ ଥିବା ଜିନ୍ଦଲ ପ୍ଲାଣ୍ଟ ର ମନମୁଖୀ ଶାସନ । ଦୀର୍ଘ ନଅ ବର୍ଷ ହେବ କମ୍ପାନୀ ରେ କାର୍ଯ୍ୟରତ ପ୍ରାୟ ତିରିଶି ଜଣ ଶ୍ରମିକଙ୍କୁ ତିନି ବର୍ଷ ହେବ କାର୍ଯ୍ୟ ରୁ ନିଲମ୍ୱିତ କରିବା ପରେ ସେମାନଙ୍କ ପାରିଶ୍ରମିକ ନଦେଇ ବିନା ନୋଟିସ ରେ ବାହାର କରିଛି ଜିନ୍ଦଲ । କମ୍ପାନୀ ର ଏପରି ମେରୀରାୟ ନୀତି ବିରୋଧରେ ଶ୍ରମିକ ସଂଗଠନକୁ ନେଇ ଆସନ୍ତା କାଲି ଜିନ୍ଦଲ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ନାରୀନେତ୍ରୀ ତଥା ସର୍ବ ଭାରତୀୟ ପରିସଂଘର ସଦସ୍ୟା ଶାନ୍ତିଲତା ବେହେରା । ଶ୍ରମିକ ମାନଙ୍କର ସମସ୍ୟାର ସମାଧାନ ପାଇଁ ଆଗକୁ ଆସିଥିବା ଶାନ୍ତିଲତା ଜଣେ ନାରୀ ହୋଇ ମଧ୍ୟ ଏ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଯେଉଁ ଭଳି ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିଆସୁଛନ୍ତି , ସମାଜର ଆଗାମୀ ପିଢୀ ଓ ନାରୀ ସମାଜ ପାଇଁ ସେ ଏକ ଉଦାହରଣ ସାଜିଛନ୍ତି ।