କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଜାତୀୟ କୃଷକ ଦିବସ ଅବସରରେ ସଂକଳ୍ପ ଟିଭି ଏବଂ ରାଜ୍ୟର ପ୍ରଥମ ଛାତ୍ର ସମ୍ପାଦିତ ତ୍ରୟମାସିକ କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣ ପକ୍ଷରୁ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଶ୍ରେଷ୍ଠ ପ୍ରବନ୍ଧ ଭାବେ ବିବେଚିତ ହୋଇଛନ୍ତି ଓୟୁଏଟି, ଭୁବନେଶ୍ୱରର ଦ୍ଵିତୀୟ ବର୍ଷ କୃଷି ଛାତ୍ରୀ ସୁଶ୍ରୀ ପ୍ରାର୍ଥନା ପ୍ରିୟଦର୍ଶିନୀ । “କୃଷି ଉଦ୍ୟମିତା ଓ ଯୁବପିଢି” ଶୀର୍ଷକ ପ୍ରବନ୍ଧରେ ବିଭିନ୍ନ କୃଷି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ତେବେ ଶ୍ରେଷ୍ଠ ପ୍ରବନ୍ଧ ଲେଖିକାଙ୍କୁ ଆସନ୍ତା ଜାନୁଆରୀ ମାସରେ ସମ୍ବର୍ଦ୍ଧିତ କରାଯିବ ବୋଲି ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ ଜଣାଇଛନ୍ତି । ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହିଭଳି ପ୍ରତିଯୋଗିତା କରାଯାଇ ଓଡ଼ିଶାର କୃଷି ଓ କୃଷକର ମାନଦଣ୍ଡ ବଢ଼ାଇବା ସହ କୃଷି ଗବେଷଣାକୁ ଦ୍ୱିଗୁଣିତ କରାଯାଇ ପାରିବବୋଲି ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ସ୍ତମ୍ଭକାର ଡି.ଶୁଭମ୍ ମତବ୍ୟକ୍ତ କରିଛନ୍ତି ।
ଜାତୀୟ କୃଷକ ଦିବସ ଅବସରରେ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷିତ ! !

