ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ମଶୁଣିହତା ଗ୍ରାମରେ ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ACC କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ରେ ମୋଟ୍ ୧୬ ଟି ଟିମ୍ ଭାଗ ନେଇଥିବା ବେଳେ କ୍ରିକେଟ କ୍ଳବ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ଟୁର୍ଣ୍ଣାମେଣ୍ଟ ରେ ମୋଟ ୩ଟି ମ୍ୟାଚ ରେ ଯେଉଁ ଟିମ ମୋଟ ୨ଟି ମ୍ୟାଚ ୱିନ୍ କରିବ ସେହି ଟିମ୍ ବଜେତା ଘୋଷଣା କରାଯିବ ବୋଲି କୁହାଯାଇଥିଲା । ଖେଳର ଆକର୍ଷଣ ବଢାଇବା ପାଇଁ ଆୟୋଜକ ମାନେ ଚିଅର ଗାର୍ଲ ବ୍ୟବସ୍ଥା କରିଥିଲେ । ଅତି ଉତ୍କଣ୍ଠା ର ସହିତ ଦର୍ଶକ ଓ ଖେଳପ୍ରେମୀ ମାନେ ଏହି ଫାଇନାଲ ମ୍ୟାଚ ର ମଜା ନେଇଥିଲେ। ଟୁର୍ଣ୍ଣାମେଣ୍ଟର ଲାଷ୍ଟ ମ୍ୟାଚ ଟି ଅତି ସଂଘର୍ଷପୂର୍ଣ୍ଣ ଥିବାବେଳେ ଜରଡା ଟିମ ଏହାର ଦମଦାର ବିଜୟ ହାସଲ କରିଅଛି। ଏହି ଟୁର୍ଣ୍ଣାମେଣ୍ଟ ରେ ମଖ୍ୟ ଅତିଥି ଭାବେ ଅବନି ସାହୁ ଓ ବାପୁନ ବାବୁ ଯୋଗଦେଇ ଉଭୟ ଚାମ୍ପିଅନ୍ ଓ ରନର୍ସପ୍ ଦଳକୁ ଟ୍ରଫି ସହ ବିଜୟୀ ଜରଡା ଟିମ୍ କୁ ଏସିସି ଟୁର୍ଣ୍ଣାମେଣ୍ଟ ପକ୍ଷରୁ ୧୧୧୧୧ ଟଙ୍କା ଏବଂ ରନର୍ସପ୍ ଟିମ କଂସମୁଣ୍ଡା କୁ ୮୮୮୮ ଟଙ୍କା ପ୍ରଦାନ କରିଥିଲେ । ପରିଶେଷରେ ନିମନ୍ତ୍ରିତ ଅତିଥି ମାନେ ଆୟୋଜକ ଏସିସି ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି କୁ ସାବାସୀ ଦେବା ସହ ଦର୍ଶକ ମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
ACC ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଜରଡା ଟିମ ର ଦମଦାର ବିଜୟ ।

