ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗତ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପାର୍ଥି ଭାବେ ଲଢିଥିବା ଡ଼.ତିରୁପତି ପାଣିଗ୍ରାହୀଙ୍କ ସହ14 ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି . ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର 14ଜଣ ବରିଷ୍ଠ କଂଗ୍ରେସ ନେତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଛି । ସେମାନେ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଧାନସଭା ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପାର୍ଥି ଭାବେ ଲଢ଼ି ପରାଜୟ ବରଣ କରିଥିବା ଡ଼. ତିରୁପତି ପାଣିଗ୍ରାହୀ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଏସ.ଗଜପତି ରାଓ, ବି.ବାଲରାଜୁ, ଟି.ନାଗେଶ୍ୱର ରାଓ, ଡି.ଭି. ରାଜୁ, ଏମ୍ କ୍ରିଷ୍ଣ। ରାଓ, ଏସ ଵାଲାରାଜୁ, ଏସ. ଜଇମନ ରାଓ, କୃଷ୍ଣ କୁମାର ବେହେରା, ସେହି ପରି କାଶୀ ନଗର ବ୍ଳକର ବରିଷ୍ଠ କଂଗ୍ରେସ ନେତା ଜି. ତିରୁପତି ରାଓ ଅଖିଳ କୁମାର ପାତ୍ର, କେ.ସିଚ. ଦୋରା,ଏନ.ଜୀବ ରତ୍ନମ, କେ.ରାମା ରାଓଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନିଲମ୍ବନ କୁ ପ୍ରତ୍ୟାହାର କରିଛନ୍ତି।
ତିରୁପତି ପାଣିଗ୍ରାହୀଙ୍କ ସମେତ 14 ନେତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲା ପିସିସି !!

