ଆଇନ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସୁକିନ୍ଦାରେ ଭାଜପା ପକ୍ଷରୁ ଶୋଭାଯାତ୍ରା – ବିକ୍ଷୋଭ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଭାଜପା ନେତା କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମାହାଙ୍ଗାର ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ତାଙ୍କର ସମର୍ଥକମାନେ ହତ୍ୟା କରିଥିବା ଅଭିଯୋଗରେ ସୁକିନ୍ଦା ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଭାଜପାର ଶତାଧିକ ସମର୍ଥକ ସୁକିନ୍ଦାଗଡ ରଥଚ୍ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାର ବିରୋଧୀ ନାରା ଦେଇ ଥାନା ସମ୍ମୁଖରେ ପହଞ୍ଚିଥିଲେ l ସେଠାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସହଯୋଗୀ ମାନଙ୍କୁ ତୁରନ୍ତ ଗିରଫ ଓ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଦାବିକରି ଯୁବମୋର୍ଚ୍ଚl ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଥାନା ଆଇ.ଆଇ.ସି. ଶିବ ଚରଣ ବେହେରାଙ୍କୁ ପ୍ରଦାନ କରାଯାଇଥିଲା l ଯାଜପୁର ଜିଲ୍ଲା ଭାଜପା ଯୁବମୋର୍ଚ୍ଚl ଉପ ସଭାପତି ରବୀନ୍ଦ୍ର କୁମାର ପୁହାଣ, ସୁକିନ୍ଦାଗଡ ସରପଞ୍ଚ ମନ୍ଦାକିନୀ ସେଠି, ଭାଜପା ନେତା ପୁଷ୍ପକ ମହାପାତ୍ର, ସରୋଜ ବାରିକ, ଶୁଭକାନ୍ତ ମହାନ୍ତି, ପ୍ରତିଭା ଚକ୍ର, ଜିତେନ୍ଦ୍ର ମହାନ୍ତ, ପ୍ରକାଶ ବେହେରା, ଗତିକୃଷ୍ଣ କର, ଅଞ୍ଜଳି ସେଠି, ପୁଷ୍ପାଞ୍ଜଳି ଦାସ, ବସନ୍ତ ମୁଦୁଲି, ସୋମନାଥ କାନୁନଗୋ, ସନ୍ତୋଷ ମୁଦୁଲି, ସୁକାନ୍ତ ସାହୁ, ମଢିଆ ବରାଳ ପ୍ରମୁଖ ଶୋଭାଯାତ୍ରାର ଅଗ୍ରଭାଗରେ ରହି ନେତୃତ୍ୱ ନେଇଥିଲେ l

Leave a Reply

Your email address will not be published. Required fields are marked *