ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଡୁବୁରି – ବ୍ରାହ୍ମଣୀପାଳ ରାସ୍ତାରେ ସଡକ ଦୁର୍ଘଟଣାରେ ବାଇକ ଚାଳକ ଆହତ . ସୂଚନା ଅନୁଯାୟୀ ଡୁବୁରୀରୁ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିବା କେଶବ ପଲେଇ ନାମକ ବ୍ୟକ୍ତି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବ୍ୟାରିକେଡ଼ ରେ ପିଟି ହୋଇଥିଲେ . ଟମକା ଥାନା ନିକଟରେ ରାସ୍ତା କଡ ବ୍ୟାରିକେଡ ରେ ପିଟି ହୋଇ ବାଇକ ଚାଳକ ଗୁରୁତର ଆହତ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି . ଦୁର୍ଘଟଣାରେ ଆହତ ବ୍ୟକ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଥରବନ୍ଧ ଗ୍ରାମର କେଶବ ପଳେଇ . ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆମ୍ବୁଲାନସ ଡାକି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ .