ଭାପୁର ରେ ବେଟି ପଢାଅ ବେଟି ବଞ୍ଚାଅ କାର୍ଯ୍ୟକ୍ରମ !!

0
286

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାପୁର ବ୍ଲକ ସଭାଗୃହ ଠାରେ ବେଟି ପଢାଓ ବେଟି ବଞ୍ଚାଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାପୁର ବିଡ଼ିଓ ସତ୍ୟସୁନ୍ଦର ରାଉତଙ୍କ ପୈାରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ଯୋଗଦେଇ କହିଥିଲେ, ସେ ଝିଅ ହେଉ କି ପୁଅ ସମସ୍ତ ଙ୍କୁ ସୁରକ୍ଷା ଦେବାରେ ବାପା ମାଆ ଯତ୍ନବାନ ହେବା ଆବଶ୍ୟକ । ସମସ୍ତେ ସଚେତନ ହେଲେ ବାଳ ଅପରଧ ରୋକିହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ବଡ଼ଜେନା, ସତ୍ୟରଞ୍ଜନ ଦାସ ଓ ସ୍ଥାନୀୟ ସମସ୍ତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here