କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ କଳାପଥର ପରିସରରେ ଜାତୀୟ ଯୁବ ଦିବସ ଉପଲକ୍ଷେ ଯୁବ ଜାଗୃତି କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଆଜି ତୃତୀୟ ଦିବସରେ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ସଞ୍ଚାଳିକା ଯାଜ୍ଞାସେନି ମହାରଣାଙ୍କ ଅଧ୍ୟକ୍ଷତା ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା . ମୁଖ୍ୟ ଅତିଥି ଭାବେ ଡକ୍ଟର ଗଣେଶ୍ୱର ସ୍ୱାଇଁ , ଯୁବ ପ୍ରତିଭା କ୍ୟାପଟେନ ମନ୍ମଥ ରାଉତରାୟ, ମୁଖ୍ୟବକ୍ତା ଡକ୍ଟର ଭାଗିରଥି ବିଶ୍ୱାଳ , ଡକ୍ଟର ଗୋପବନ୍ଧୁ ମିଶ୍ର, ରାଜ ଯୋଗୀ ଅଖିଳ ଭାଇ ପ୍ରମୁଖ ଉପସ୍ଥିତ ରହି “ବିଚାର ପରିବର୍ତ୍ତନ ରେ ବିଶ୍ଵ ର ପରିବର୍ତ୍ତନ” ଶୀର୍ଷକ ଆଲୋଚନା ରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ଆସନ୍ତା କାଲି ଜାତୀୟ ଯିବା ଦିବସରେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।
ଯୁବ ଜାଗୃତି କାର୍ଯ୍ୟକ୍ରମର ତୃତୀୟ ଦିନ : ବିଚାର ପରିବର୍ତ୍ତନ ରେ ବିଶ୍ଵ ର ପରିବର୍ତ୍ତନ ଶୀର୍ଷକ ଆଲୋଚନା !!

