କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲା ବୟାଳିଶ ମୌଜ଼ା ଉପକଣ୍ଠ ଦେଉଳି ଗ୍ରାମରେ ବୟାଳିଶ ମୌଜ଼ା ଅଞ୍ଚଳର ସମସ୍ତ ରାଜମିସ୍ତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମା’ଦୁର୍ଗା ଟ୍ରେଡ଼ସ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର କୁମାର ମୁଦୁଲି ରାଜମିସ୍ତ୍ରୀ ମାନଙ୍କୁ ବ୍ୟାଗ ବଣ୍ଟନ କରିଥିଲେ ! ନାରାୟଣ ମୁଦୁଲିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ଅମୂଲ୍ୟ ବାରିକ, ଭିକାରୀ ବେହେରା, କରିମ ବେଗ, ରଞ୍ଜନ ଭୋଇ, ଅନୁ ବେଗ, ବିକ୍ରମ ନାୟକ, ନୀଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ! ମନୋଜ୍ଞ ପରିବେଶ ମଧ୍ୟରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତଙ୍କର ସଦୟ ଉପସ୍ଥିତି ବେଶ ହସ ଖୁସି ପ୍ରଦାନ କରିଥିଲା . ଅଞ୍ଚଳର ସମସ୍ତ ରାଜମିସ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଗୌରବ ମହାନ୍ତି ଧନ୍ୟବାଦ ଦେଇଥିଲେ !