ମକର ସଂକ୍ରାନ୍ତି ରେ ଢେଙ୍କାନାଳର ବିଭିନ୍ନ ଦେବାଳୟ ଉତ୍ସବ ମୁଖର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରର ବିଭିନ୍ନ ମନ୍ଦିର ମାନଙ୍କରେ ପବିତ୍ର ମକର ସଂକ୍ରାନ୍ତି ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଢେଙ୍କାନାଳ ଗଡର ବଡ ଠାକୁର ଶ୍ରୀ ବଳଦେବଜୀଉ ମନ୍ଦିରରେ ଆଜି ମକର ସଂକ୍ରାନ୍ତି ପାଳିତ ହୋଇଯିବା ସହ ଦୋଳମଣ୍ଡପା ସାହିର ଶ୍ରୀ ଶ୍ରୀ ଚୈତନ୍ୟ ଜୀଉ ମନ୍ଦିର, ବାଜି ଚୌକ ନିକଟରେ ଥିବା ହୀରସଗାର ପୋଖରୀ କୂଳରେ ଥିବା ତ୍ରିନାଥ ମନ୍ଦିରରେ ମନ୍ଦିରରେ ମଧ୍ୟ ମକର ଉତ୍ସବ ପାଳିତ ହୋଇଯାଇଛି । ବଳଦେବଜୀଉଙ୍କ ଠାରେ ମକର ଚାଉଳ ଭୋଗ ଲାଗିବା ସହ ଅନ୍ୟନ ବ୍ୟଞ୍ଜନ ଭୋଗ ଲାଗି ହୋଇଥିଲା । ମନ୍ଦିରର ପୂଜାପଣ୍ଡା ଙ୍କ ସହ ପାଳିଆ ସେବକ ମାନେ ମନ୍ଦିର ବେଢ଼ା କୁ କାହାଳିଆ, ଘଣ୍ଟ ,ଛତ୍ର ଧରି ପରିକ୍ରମା କରିଥିଲେ । ଏଥିସହ ପିଲାମାନେ ଆଜିର ଦିନରେ ଗୁଡ଼ି ଉଡାଇ ମଧ୍ୟ ଏହାକୁ ଆନନ୍ଦର ସହ ପାଲିଥିଲେ । କୋଭିଡ କଟକଣା କାରଣରୁ ମକର ମହୋତ୍ସବ ଆୟୋଜନ ଉପରେ ରୋକ ଲଗାଯାଇଥିବା ସମୟରେ ବିଧି ଏବଂ ପରମ୍ପରା ଅନୁସାରେ ପାଳିତ ହୋଇଯାଇଛି ମକର ଉତ୍ସବ .

Leave a Reply

Your email address will not be published. Required fields are marked *