ନେହେରୁ ଯୁବକେନ୍ଦ୍ର ଦ୍ଵାରା “ସାଂସ୍କୃତିକ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

0
214

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶନାରେ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଲୁହାଙ୍ଗର ପଞ୍ଚାୟତ ସ୍ଥିତ ସୋଉରି ଗ୍ରାମର ବକ୍ସି ଜଗବନ୍ଧୁ ୟୁଥ କ୍ଲବ ଦ୍ଵାରା “ସାଂସ୍କୃତିକ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଲୁହାଙ୍ଗର ପଞ୍ଚାୟତ ସମିତି ସଭ୍ୟା ଶାନ୍ତି ଶବର, ସମ୍ମାନୀତ ଅତିଥି ଭାବେ ଗ୍ରାମର ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ମଣ୍ଡଳ, ସହଯୋଗୀ ଶିକ୍ଷକ ମାଥ୍ୟି ଗମାଙ୍ଗ, ଅଙ୍ଗନୱାଡି କର୍ମୀ ପ୍ରମୋଦିନି ମଣ୍ଡଳ, ମେରି ଦଳବେହେରା ଏବଂ ବକ୍ସି ଜଗବନ୍ଧୁ ୟୁଥ କ୍ଲବର ସମସ୍ତ ସଦସ୍ୟ, ଲୁହାଙ୍ଗର ଗ୍ରାମର ଭଗତସିଂ ୟୁଥ କ୍ଲବ, ପେଲାର ଗ୍ରାମର ବିରାଟ ୟୁଥ କ୍ଲବ ଓ ଲୁହାସିଂ ଗ୍ରାମର MKR ଟିମ୍ ୟୁଥ କ୍ଲବର ସମସ୍ତ ସଦସ୍ୟ ଗଣ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାରମ୍ପରିକ ଆଦିବାସୀ ଲୋକ ନୃତ୍ୟ, ଆଧୁନିକ ନୃତ୍ୟ, ଭକ୍ତି ସଙ୍ଗୀତ ଓ ଦେଶାତ୍ମବୋଧକ ସଙ୍ଗୀତ ଇତ୍ୟାଦି ପରିବେଷଣ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ପୁରସ୍କାର ବିତରଣ କରିଥିଲେ । ନୂଆଗଡ଼ ବ୍ଲକର ଜାତୀୟ ସ୍ଵେଚ୍ଛାସେବକ କରୁଣାକର ବେହର୍ଦ୍ଦଳାଇ, ସୁଧାଂଶୁ ରଞ୍ଜନ ପାଣି ଏବଂ ବକ୍ସି ଜଗବନ୍ଧୁ ୟୁଥ କ୍ଲବର ସଭାପତି ବିଜୟ କାର୍ଯ୍ୟୀ ଓ ସଂପାଦକ ସଇବାନ ଗମାଙ୍ଗ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା ଦାୟିତ୍ଵ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here