ଜାତୀୟ ଶିଶୁ କନ୍ୟା ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ କେରାଣ୍ଡି ପଞ୍ଚାୟତ ସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଖୀ ୱାନ ଷ୍ଟପ କେନ୍ଦ୍ର ଏବଂ ଜିଲ୍ଲା ଚାଇଲଡ଼ ଲାଇନର ମିଳିତ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇ ଯାଇଛି ।

କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଚାଇଲଡ଼ ଲାଇନ ସଂଯୋଜକ ନାଗେଶ୍ୱର ଚୌଧୁରୀ ସଭାପତିତ୍ୱ କରି କନ୍ୟା ସନ୍ତାନର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟା ଶ୍ରୀମତୀ ଅଳକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଖୀ ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଲିଙ୍ଗ ଭିତ୍ତିକ ହିଂସା, ବାଳିକା ମାନଙ୍କର ଅଧିକାର,ବାଲ୍ୟ ବିବାହ ନିଷେଧ ଆଇନ ସଂପର୍କରେ ବୁଝାଇଥିଲେ ।

କାଉନସିଲର ଶ୍ରୀମତୀ ମିନା କୁମାରୀ ଟହଲ ଶିଶୁ ଓ ମହିଳା ଚାଲାଣ ନିଷେଧ ଆଇନ ଓ ମହିଳା ହେଲ୍ପଲାଇନ 181 ସଂପର୍କରେ ବୁଝାଇ ଥିଲେ। ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା କେନ୍ଦ୍ର ସରକାରଙ୍କର ଅଦ୍ଵିକା ଯୋଜନା ସଂପର୍କରେ ବୁଝାଇଥିଲେ । ବାଳିକା ମାନଙ୍କର ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ମଞ୍ଜୁଳା ଚୌଧୁରୀ, ସୁନିତା ବେହେରା, ଅନିତା ମିଶ୍ର, ସୁନିତା ରଥ, ନିର୍ମାଲ୍ୟ ପାଢ଼ୀ, ଦିବ୍ୟ ସୁଆର, ରବୀନ୍ଦ୍ର ପଣ୍ଡା ଓ ଭେଙ୍କେଟେଶ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *