NTPC ର ପାଉଁଶ ପୋଖରୀ ହୋଇଛି କାଳ : ସଙ୍କଟରେ ଗାଈଗୋରୁଙ୍କ ଜୀବନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କମ୍ପାନୀର ଖାମଖିଆଲି ନୀତି ଯୋଗୁଁ ସଂକଟରେ ଗୋ ସମ୍ପଦ , ଗାଇ ଗୋରୁ ମାନଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି । ଭାରତ ହେଉଛି ହିନ୍ଦୁ ଦେଶ , ହିନ୍ଦୁ ମାନେ ପ୍ରଧାନତା ଦିଅନ୍ତି ଗୁରୁ ମାତାଙ୍କ ଉପରେ । ସେହି ଗୋ ମାତା ଆଜି ପ୍ରତି ମୃହୃତରେ ନିଜ ଜୀବନ ବଞ୍ଚାଇବାକୁ ଡହଳ ବିକଳ ହେଉଛନ୍ତି । କେଉଁଠି ଗୋ ଚାଲାଣ ହେଉଛି ତ ଆଉ କେଉଁଠି ଗୋ ମାଂସ ଚାଲାଣ ହେଉଛି । କିନ୍ତୁ ଆମେ ଆପଣ ମାନଙ୍କୁ ଯେଉଁ ଭିଜୁଆଲ ଟି ଦେଖାଉଛି ତାହା ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ NTPC ଯୁଗୁଁ କିଭଳି ଭାବରେ ଗାଇ ଗୋରୁ ମାନେ ହନ୍ତସନ୍ତ ହୋଇ ଦିନ ଦିନ ଧରି ପାଉଁଶ ମଧ୍ୟ ରେ ଫସି ରହି ମୃତ୍ୟୁ ବରଣ କରୁଛନ୍ତି । ଆପଣ ମାନେ ଭାବୁଥିବେ ଗାଇଟି ଏଠି କିପରି ଫସିଲା ଆଉ ଏହାସହିତ ଏନ୍ ଟି ପି ସି ର ସଂପର୍କ କଣ ? ଦିର୍ଘ ଦେଢ଼ ବର୍ଷ ପୂର୍ବେ ଆସପଣ୍ଡର ପାଉଁଶ ପୋଖରୀରୁ ପାଉଁଶ ପାଣି ଓଭରଫ୍ଲେ ହୋଇ ଏହି ଖାଲ ଥିବା ଜାଗାରେ ଭର୍ତି ହୋଇଥିଲା । ବଡ଼ ଦୁଃଖ ର ବିଷୟ ହେଉଛି NTPC ଏକ ଗାଲୁଆ ସଂସ୍ଥା , ଦୀର୍ଘ ଦେଢ଼ ବର୍ଷ ହେଲାଣି ଆସପଣ୍ଡ ର ପାଉଁଶ ପାଣି ପସି ଏଠିଯେଉଁ ପାଉଁଶ ଜମି ରହିଛି ସେଠାକୁ ଗାଇ ଗୋରୁ ମାନେ ଖାଦ୍ୟ ଅନ୍ବେଷଣକରି ଖାଇବା ଆସାରେ ଜାଇ ଫଶି ରହୁଛନ୍ତି । ଯଦି କେହି ବ୍ୟକ୍ତି ମାନେ ଦେଖୁଛନ୍ତି ତ ତାକୁ ବାହାର କରୁଛନ୍ତି ଯଦି କାହାର ନଜରକୁ ନ ଆସୁଛନ୍ତି ତାହାହେଲେ ମୃତ୍ୟୁ ବରଣ କରୁଛନ୍ତି । ପ୍ରଶ୍ନ ଉଠୁଛି ଏଠି ପ୍ରଶାସନ କରୁଛି କଣ ? ଦେଢବର୍ଷ ବିତିଗଲାଣି ଏପର୍ଯ୍ୟନ୍ତ କଣ ପାଇଁ ପଡ଼ିଆରୁ ପାଉଁଶ ଉଠା ହୋଇପାରୁନାହିଁ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛିକି NTPC ସାଥିରେ ପ୍ରଶାସନ ର ସମ୍ପର୍କ କଣ । ଦେଖିବାକୁ ବାକି ରହିଲା କେବେ ଏ ପାଉଁଶ NTPC ଉଠାଉଛି । ନା ପ୍ରଶାସନ NTPCକୁ ଏ ପାଉଁଶ ଉଠାଇବା ପାଇଁ ନିର୍ଦ୍ଦେଶ ଦେଉଛି ।

Leave a Reply

Your email address will not be published. Required fields are marked *