ପାରଳାଖେମୁଣ୍ଡିରେ କୃଷକ ମାନଙ୍କର ଗଣ ସତ୍ୟାଗ୍ରହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କଲେଜ ଛକ ଠାରେ କୃଷକ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚା ଓଡ଼ିଶା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡ଼ିଶା ପକ୍ଷରୁ 30 ଜାନୁୟାରୀ 2021 ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ କୃଷକଗଣ ସତ୍ୟାଗ୍ରହ ଚାଲିଛି ।

ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ କୃଷକ ବିରୋଧୀ କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଏହି ଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିବାସି ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତ, କେଦାର ଶବର, କେ.ମିନା ରାଓ, ଶ୍ରୀନୁ ବେହେରା, ମୋହିତ ମିଶାଲ, ସିଏଚ.ବାଙ୍ଗାରି, ଉପେନ୍ଦ୍ର ନାୟକ, ପି. ମୂରଲୀ ପ୍ରମୁଖ ଉପସ୍ଥିତ ରହି ଦିଲ୍ଲୀ ଚାଲ କୃଷକ ଆନ୍ଦୋଳନ ସମର୍ଥନରେ ଏବଂ କୃଷକ ବିରୋଧୀ କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ବିଭିନ୍ନ ନାରାବାଜି ଦେଇଥିଲେ।

Leave a Reply

Your email address will not be published. Required fields are marked *